ଓଡ଼ିଶା

ଓଡ଼ିଶା ଆସିବ ୨୦୭ କୁଇକ ରେସପନ୍ସ ଗାଡ଼ି

କଟକ,୧୪/୦୭/୨୦୨୨- ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ସଙ୍କୁଚିତ ରାସ୍ତା ତଥା ଅପହଞ୍ଚ ସ୍ଥାନମାନଙ୍କରେ ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାର ମୁକାବିଲା କରିବା ପାଇଁ ବିଭାଗ ପକ୍ଷରୁ ୨୦୭ କୁଇକ୍ ରେସପନ୍ସ ଗାଡ଼ି ଅଣାଯିବାକୁ ସ୍ଥିର କରାଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି କୁଇକ୍ ରେସପନ୍ସ ୟୁନିଟ୍ କେବଳ ମୁମ୍ବାଇରେ ଥିଲା। ପ୍ରଥମଥର ଏହି ବ୍ୟବସ୍ଥା ଏବେ ଓଡ଼ିଶାରେ ଲାଗୁ କରାଯାଉଛି । ମୋ ସରକାର ଓ ୫-ଟି ଅଧୀନରେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଛି। ସୂଚନା ଅନୁସାରେ, ନୂଆ କୁଇକ୍ ରେସପନ୍ସ ଗାଡ଼ି ସଙ୍କୁଚିତ ରାସ୍ତା ପାର‌୍ କରି ଘଟଣାସ୍ଥଳରେ ପହଞ୍ଚି ପାରିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ କୁଇକ୍ ରେସପନ୍ସ ୟୁନିଟ୍‌କୁ ବିଭିନ୍ନ ଦମକଳ କେନ୍ଦ୍ରଠାରେ ମୁତୟନ କରାଯିବ। ଏହାବାଦ୍ ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର କଳ୍ପନା ଓ ସଚିବାଳୟ ଦମକଳ କେନ୍ଦ୍ରଠାରେ ୫ଟି ୟୁନିଟ୍ ଏବ˚ କଟକରେ ୫ଟି ୟୁନିଟ୍ ମୁତୟନ ହେବ ବୋଲି ଡିଜି ସୂଚନା ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଏହି ୟୁନିଟ୍‌କୁ ବ୍ୟବହାର କରାଯାଇପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com