କୋଚି, ୧୪/୦୭/୨୦୨୨- କେରଳରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ ମାମଲା ରିପୋର୍ଟ ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ । ସୂଚନା ଅନୁସାରେ, ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଥିବା ଉକ୍ତ ବ୍ୟକ୍ତିଜଣକ ୩ ଦିନ ତଳେ ୟୁଏଇରୁ ଫେରିଥିଲେ। ତାଙ୍କ ଦେହେରେ ‘ମଙ୍କିପକ୍ସ’ ସଂକ୍ରମଣ ଲକ୍ଷଣ ଦେଖା ଯାଉଛି। ତେଣୁ, ଏବେ ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କ ଶରୀରରେ ‘ମଙ୍କିପକ୍ସ’ ସଂକ୍ରମଣ ହୋଇଛି କି ନାହିଁ, ସେ ବିଷୟରେ ସୁନିଶ୍ଚିତ ହେବା ଲାଗି ସ୍ୱାସ୍ଥ୍ୟ ବିଭାଗ ଉକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ‘ପୁଣେ ଭାଇରୋଲୋଜି ଇନ୍ଷ୍ଟିଚ୍ୟୁଟ୍’କୁ ପଠାଇଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆଜି ସନ୍ଧ୍ୟାସୁଦ୍ଧା ଫଳାଫଳ ଆସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉକ୍ତ ବ୍ୟକ୍ତିଙ୍କ ସହିତ ନିବିଡ଼ ସମ୍ପର୍କ ଥିବା ଅନ୍ୟ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଛି । ତାଙ୍କୁ ଏବେ ନିରୀକ୍ଷଣରେ ରଖାଯାଇଛି । ଜୁଲାଇ ୧୧ ତାରିଖ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୮୦୦ ‘ମଙ୍କିପକ୍ସ’ ସଂକ୍ରମଣ ରିପୋାର୍ଟ ହୋଇଥିବା ବେଳେ ବିଶ୍ୱର ୫୭ରୁ ଅଧିକ ରାଷ୍ଟ୍ରରେ ୮,୨୦୦ରୁ ଅଧିକ ‘ମଙ୍କିପକ୍ସ’ ମାମଲା ରିପୋର୍ଟ କରାଯାଇଛି।
Back to top button