ଅନ୍ୟାନ୍ୟ

Ukraine Russia war: ରୁଷ ସହ ହେବ ନିର୍ଣ୍ଣାୟକ ଲଢେଇ ! ବିଦେଶରୁ ଫେରୁଛନ୍ତି ୟୁକ୍ରେନ ନାଗରିକ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଦଶମ ଦିନ। ରୁଷ ସୈନିକ ରାଜଧାନୀ କିଭ୍ ଉପରେ ଆକ୍ରମଣ ଜୋରଦାର କରିଛନ୍ତି। ୟୁକ୍ରେନର ଏହି ରାଜଧାନୀ ସହରକୁ କବଜା କରିବା ପାଇଁ ନିର୍ଣ୍ଣାୟକ ଲଢେଇ କରିବାକୁ ସ୍ଥିର କରିଛନ୍ତି ପୁଟିନ୍ ସରକାର। ଶନିବାର ସକାଳୁ କିଭରେ ଆକ୍ରମଣର ସାଇରନ ଶୁଣିବାକୁ ମିଳିଛି। ସାଧାରଣ ନାଗରିକ ଆକ୍ରମଣରୁ ବଞ୍ଚିବା ପାଇଁ ବଙ୍କରର ସାହାରା ନେଇଛନ୍ତି। ଏହା ମଧ୍ୟରେ ୟୁକ୍ରେନ ସରକାର ଦାବି କରିଛନ୍ତି ଯେ, ରୁଷ ସହ ନିର୍ଣ୍ଣାୟକ ଲଢେଇ ପାଇଁ ୟୁକ୍ରେନ ନାଗରିକ ବିଦେଶରୁ ଫେରୁଛନ୍ତି। ଏମାନଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ  ଆଭିମୁଖ୍ୟରୁ ସ୍ପଷ୍ଟ ହୋଇଛି ଯେ, ଏବେ ୟୁକ୍ରେନ ଲଢେଇ ଆଉ ଅଧିକ ଦିନ ଯିବନି। ରୁଷ ସୈନିକ ରାଜଧାନୀ କିଭ୍ ସମେତ ଦେଶର ସମସ୍ତ ବଡ ସହରରେ ଆକ୍ରମଣ ଜୋରଦାର କରି କ୍ଷେପଣାସ୍ତ୍ର ମାଡ ସହ ଘନ ଘନ ବୋମା ବର୍ଷଣ କରୁଛନ୍ତି। ୟୁକ୍ରେନ ସେନା ମଧ୍ୟ ଆରମ୍ଭରୁ ବାହାଦୂରୀ ସହ ରୁଷ ସୈନିକଙ୍କୁ କଡା ଟକ୍କର ଦେଉଛନ୍ତି। ଏହା ମଧ୍ୟରେ ଦାବି କରାଯାଉଛି ଯେ, ରୁଷ ସୈନିକଙ୍କ ସହ ଆର ପାର ଲଢେଇ ପାଇଁ ୟୁକ୍ରେନ ନାଗରିକ ବିଦେଶରୁ ଫେରୁଛନ୍ତି।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଦାବି କରିଛନ୍ତି, ରୁଷ ଆକ୍ରମଣ କାରଣରୁ ବିଦେଶ ପଳାଇଥିବା ୟୁକ୍ରେନ ନାଗରିକ ପୁଣି ଥରେ ବିଦେଶ ଫେରୁଛନ୍ତି। ଏହାର ସଂଖ୍ୟା ୬୬  ହଜାରରୁ ଅଧିକ ହେବ ବୋଲି କୁହାଯାଉଛି। ଏହାର ଉଦ୍ଦେଶ୍ୟ ରୁଷ ସୈନିକ ବର୍ତ୍ତମାନ ଆର ପାର ଲଢେଇ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com