ଅନ୍ୟାନ୍ୟ

ପ୍ରେମିକା ପାଇଁ ସାଙ୍ଗ ନେଲା ସାଙ୍ଗର ଜୀବନ ! କରିଦେଲା ମୁଣ୍ଡ ଗଣ୍ଡି ଅଲଗା,କାଢ଼ିନେଲା ହୃତପିଣ୍ଡ

ଭୁବନେଶ୍ୱର: ହାଇଦ୍ରାବାଦରେ ପ୍ରତିଶୋଧ ନେବାକୁ ଜଣେ ଇଞ୍ଜିନିୟରିଂ ଛାତ୍ର ନିଜ ସାଙ୍ଗର ମୁଣ୍ଡ କାଟି ଅତି ନୃଶଂସଭାବେ ହତ୍ୟା କରିଛି। ଏହି ହତ୍ୟା ଏତେ ନିର୍ଦ୍ଦୟ ଭାବରେ କରାଯାଇଥିଲା ଯେ ଛାତ୍ର ଜଣକ ସାଙ୍ଗର ବ୍ୟକ୍ତିଗତ ଅଂଶକୁ ମଧ୍ୟ ଅଲଗା କରିଦେଇଥିଲା। ମୃତ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ହଇରାଣ କରୁଥିବା ହେତୁ ଅଭିଯୁକ୍ତ ଏହି ଘଟଣା ଘଟାଇଥିଲା।

ଫେବୃଆରୀ ୧୮ ରେ ହାଇଦ୍ରାବାଦ ଉପକଣ୍ଠରେ ଥିବା ପେଡା ଆମ୍ବରପେଟରେ ଏହି ହତ୍ୟାକାଣ୍ଡ ଘଟିଥିଲା, କିନ୍ତୁ ଏକ ସପ୍ତାହ ପରେ ଯେତେବେଳେ ଅଭିଯୁକ୍ତ ପି ହରି କୃଷ୍ଣ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଥାନାରେ ଅଭିଯୁକ୍ତଜଣକ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ସାଙ୍ଗ ଏନ ନବୀନଙ୍କୁ ହତ୍ୟା କରିଛି ବୋଲି।

ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଦିଲସୁଖନଗରରେ କଲେଜ ସମୟରେ କୃଷ୍ଣ ଏବଂ ନବୀନ ବନ୍ଧୁ ଥିଲେ। ସେହି ସମୟରେ ନବୀନ ଜଣେ ଝିଅକୁ ଭଲ ପାଉଥିଲେ କିନ୍ତୁ ପରେ କିଛି ବିବାଦ ହେତୁ ଦୁହେଁ ଅଲଗା ହୋଇଥିଲେ। ପରେ ଝିଅଟି କୃଷ୍ଣଙ୍କ ନିକଟତର ହେଲା ଏବଂ ସେମାନେ କିଛି ସମୟ ପାଇଁ ସମ୍ପର୍କ ସ୍ଥାପନ କଲେ । ପରେ ନବୀନ ଝିଅଟିକୁ ମେସେଜ କରିବା ଆରମ୍ଭ କରିଥିବା ଅଭିଯୋଗ ହୋଇଥିଲା ଏବଂ ସେ ଏହା ବିଷୟରେ କୃଷ୍ଣଙ୍କୁ କହିଥିଲେ।

ଏଥିରେ ରାଗିଯାଇ କୃଷ୍ଣ ନବୀନଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି। ଫେବୃଆରୀ ୧୭ ରେ ଦିଲସୁଖନଗରରେ ଥିବା ତାଙ୍କ ଘରେ ତାଙ୍କୁ ଭେଟିବାକୁ ଅଭିଯୁକ୍ତ ତାଙ୍କୁ ଡାକିଥିଲେ। ଏହା ପରେ କୃଷ୍ଣ ନାଲଗୋଣ୍ଡା ଜିଲ୍ଲାର ନାର୍କେଟପାଲିରେ ଥିବା ତାଙ୍କ କଲେଜ ହଷ୍ଟେଲରେ ନବୀନଙ୍କୁ ଛାଡିବାକୁ ପ୍ରସ୍ତାବ ଦେଇଥିଲା। ଦୁହେଁ ଏକାଠି ବାହାରକୁ ଯାଇଥିଲେ, ପରେ ଅଭିଯୁକ୍ତ ମଦ୍ୟପାନ କରି ରାସ୍ତାରେ ଛୁରୀ କିଣିଥିଲେ। ପରେ କୃଷ୍ଣ ଦଉଡିରେ ଗଳା ଚିପି ନବୀନଙ୍କୁ ହତ୍ୟା କରିଥିଲା।

ସେ ନବୀନଙ୍କ ମୁଣ୍ଡ କାଟି ଅଲଗା କରିଦେଇଥିଲା। ପରେ ପେଟ କାଟି ହୃତପିଣ୍ଡକୁ ବାହାର କରିଦେଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ମୃତକଙ୍କ ଯୌନାଙ୍ଗ ଏବଂ ହାତର ସମସ୍ତ ଆଙ୍ଗୁଳି ମଧ୍ୟ କାଟି ଦେଇଥିଲା।

ନବୀନଙ୍କ ସମ୍ପର୍କୀୟମାନେ ପୋଲିସ ନିକଟରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।ଅନୁସନ୍ଧାନର ଏକ ଅଂଶ ଭାବରେ ପୋଲିସ କୃଷ୍ଣଙ୍କ ପରିବାରକୁ ପଚରାଉଚରା କରିଥିଲା। ତେବେ ଅଭିଯୁକ୍ତ ରାଧାକୋଣ୍ଡା ପୋଲିସ କମିଶନରଙ୍କ ଅଧୀନରେ ଅବଦୁଲ୍ଲାପୁରମେଟ ପୋଲିସ ଷ୍ଟେସନରେ ନିଜକୁ ଉପସ୍ଥାପନ କରିବା ପରେ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ୨୨ ବର୍ଷୀୟ ନବୀନ, ନାଲଗୋଣ୍ଡା ମହାତ୍ମା ଗାନ୍ଧୀ ଇଞ୍ଜିନିୟରିଂ କଲେଜର ଛାତ୍ର ଥିଲେ। ତାଙ୍କ ସମ୍ପର୍କୀୟମାନେ ନ୍ୟାୟ ଦାବିରେ ପୋଲିସ ଷ୍ଟେସନ ବାହାରେ ବସିଥିଲେ। ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ପୋଲିସ କୃଷ୍ଣଙ୍କୁ ଗିରଫ କରିଛି। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com