ଅନ୍ୟାନ୍ୟ

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରୋହିତ ଶର୍ମା ଏବଂ ନବଦୀପ ସାଇନି

 ଭୁବନେଶ୍ୱର, ୨୦/୧୨/୨୦୨୨ –    ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ ସାଇନି । ଡିସେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଏମାନେ ବାଦ ପଡିଛନ୍ତି । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଡାକ୍ତରୀ ଦଳଙ୍କ କହିବା କଥା ଯେ ରୋହିତ ଶର୍ମା ପୂରା ଫିଟ ହେବା ପାଇଁ ଆଉ କିଛି ସମୟ ଲାଗିବ । ଏହା ପରେ ଯାଇ ସେ ବ୍ୟାଟିଂ ଏବଂ ଫିଲ୍ଡିଂ କରିପାରିବେ । ଅନ୍ୟପଟେ ଦ୍ରୁତ ବୋଲର ନବଦୀପ ସାଇନିଙ୍କ ମାଂସପେଶୀରେ ଯନ୍ତ୍ରଣା ଥିବ‌ାରୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ସାଇନି ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡ଼େମୀକୁ ଯିବେ, ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବେ।

ଏହି ଦୁଇ ଖେଳାଳି ବାଦ୍‌ ପଡିବା ପରେ ଏବେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ପକ୍ଷରୁ କେ.ଏଲ ରାହୁଲ (ଅଧିନାୟକ), ଚେତେଶ୍ୱର ପୁଜାରା (ଉପ-ଅଧିନାୟକ) ,ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ ରକ୍ଷକ ), କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ବିନୀ, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, କୁଲଦୀପ ଯାଦବ,  ଅଭିମନ୍ୟୁ ଈଶ୍ଵରନ, ଜୟଦେବ ଉନାଦକତ ଏବଂ ସୌରଭ କୁମାର ଖେଳିବେ।

ଆସନ୍ତା ମାସରେ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ସୀମିତ ଓଭର ସିରିଜ ଖେଳିବ । ସେହିପରି ଅଷ୍ଟ୍ରେଲିଆ ମଧ୍ୟ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଭାରତ ଆସିବ । ଏହି ସିରିଜ୍‌ଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆହତ ରୋହିତଙ୍କ ବିଶ୍ରାମ ଜରୁରୀ ।

 

Related Articles

Back to top button
WP Twitter Auto Publish Powered By : XYZScripts.com