ଭାଇରାଲ୍ ଭିଡିଓମନୋରଞ୍ଜନ

ମୁମ୍ବାଇ ରାସ୍ତାରେ ବିରାଟ-ଅନୁଷ୍କା ସ୍କୁଟି ଚଲାଉଥିବାର ଭିଡ଼ିଓ ହେଲା ଭାଇରାଲ

କ୍ରିକେଟରୁ କିଛି ଦିନର ବିରତି ଭିତରେ ସମୟକୁ ପୂରା ଉପଭୋଗ କରୁଛନ୍ତି କ୍ରିକେଟର ବିରାଟ କୋହଲି । ପୁଣିଥରେ ମୈଦାନକୁ ଫେରିବା ପୂର୍ବରୁ ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇର ରାସ୍ତାରେ କୋହଲିଙ୍କୁ ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି ସ୍କୁଟିରେ । ବିରାଟ ସ୍କୁଟି ଚଲାଉଥିବା ବେଳେ ଅନୁଷ୍କା ପଛରେ ବସିଥିବାର ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ବିଜ୍ଞାପନର ସୁଟିଂ ସାରି କୋହଲି ପତ୍ନୀ ଅନୁଷ୍କାଙ୍କ ସହ ମୁମ୍ବାଇ ରାସ୍ତାକୁ ସ୍କୁଟି ନେଇ ବାହାରିଥିଲେ । ତେବେ ଏହି ଯାତ୍ରା ସମୟରେ ଟ୍ରାଫିକ ନିୟମକୁ ବେଶ ଭଲ ଭାବେ ପାଳନ କରିଥିଲେ ବିରୁଷ୍କା । ଉଭୟ ହେଲମେଟ ପିନ୍ଧି ସ୍କୁଟିରେ ଯାଉଥିବାର ଦେଖିବାକୁ ମିଳିଛି । ତେବେ ଉଭୟ ହେଲମେଟ ପିନ୍ଧିଥିବାରୁ ପ୍ରଥମେ କେହି ଚିହ୍ନିପାରିନଥିଲେ । ଫଳରେ ବେଶ ଆରାମରେ ସ୍କୁଟିରେ ମୁମ୍ବାଇ ବୁଲିଥିଲେ ବିରୁଷ୍କା ।

Related Articles

Back to top button
WP Twitter Auto Publish Powered By : XYZScripts.com