Featuredଓଡ଼ିଶା

ଓଡ଼ିଶାରେ ୨୩୭ ଟଙ୍କାକୁ ବୃଦ୍ଧି ହେବ ମନରେଗା ମଜୁରି

କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ମଜୁରି ବୃଦ୍ଧି କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟରେ ଦୈନିକ ମଜୁରିରେ ୭ ଟଙ୍କାରୁ ୨୬ ଟଙ୍କା‌ ପର୍ଯ୍ୟନ୍ତର ବୃଦ୍ଧି ହୋଇଛି। ନୂଆ ମଜୁରି ଏପ୍ରିଲ୍ ୧ରୁ ଲାଗୁ ହେବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଦୈନିକ ମଜୁରି ୨୨୨ ଟଙ୍କା ଥିଲା। ତାହା ୧୫ ଟଙ୍କା ବୃଦ୍ଧି ପାଇ ୨୩୭ ଟଙ୍କା ହୋଇଛି।

ମନରେଗା ହେଉଛି କେନ୍ଦ୍ର ସରକାରଙ୍କ ଏକ ଲୋକପ୍ରିୟ ଗ୍ରାମୀଣ ନିଯୁକ୍ତି ଯୋଜନା। ଏଥିରେ ଗରିବ ପରିବାରର ପ୍ରାପ୍ତବୟସ୍କ ସଦସ୍ୟଙ୍କୁ ବର୍ଷକୁ ୧୦୦ ଦିନର କାମ ନିଶ୍ଚିତ ଦେବା ଲାଗି ବ୍ୟବସ୍ଥା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com