ଅନ୍ତର୍ଜାତୀୟଓଡ଼ିଶାଜୀବନଶୈଳୀ

ମା’ ନାଁରେ ଲାଗିଲା କଳଙ୍କ । ୧୩ ବର୍ଷର ପୁଅ ସହ ସମ୍ପର୍କ ରଖି ଛୁଆ ଜନ୍ମ କଲା ୩୧ ବର୍ଷୀୟା ମା’ ।

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସମ୍ପର୍କ ଆଉ ବିଶ୍ୱାସର ସୂତା ଖିଅରେ ବନ୍ଧା ହୋଇଛି ଜୀବନ । ଆଉ ବିଭିନ୍ନ ସମ୍ପର୍କ ପାଇଁ ସମାଜରେ ରହିଛି କିଛି ସ୍ୱତନ୍ତ୍ର ନିୟମ । କିନ୍ତୁ ସବୁ ସମ୍ପର୍କଠୁ ଉର୍ଦ୍ଧ୍ୱରେ ରହିଛି ମା ପୁଅର ସମ୍ପର୍କ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏ କାହାଣୀ ଏମିତି ଜଣେ ମାର ଯିଏ ମା ନାଁରେ କଳଙ୍କ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ ନିଜର ଯୌନ ଇଚ୍ଛା ଚରିତାର୍ଥ ପାଇଁ ସେ ମାତ୍ର ୧୩ ବର୍ଷର ପୁଅକୁ ବ୍ୟବହାର କରୁଥିଲା । ଆଉ ଶେେରେ ତାରି ଛୁଆର ମା ହେଲା ।

ଆଜି କାଲି ବିବାହ, ହେଉ କି ପ୍ରେମ ବ୍ୟାପାର ଏସବୁ ଥିରେ କେତେବେଳେ କଣ ହେଉଛି ତାହା କିଛି ବି ବୁଝା ପଡ଼େ ନାହିଁ । ଏହିକ୍ରମରେ ଜଣେ ୩୧ ବର୍ଷୀୟ ମହିଳା ୧୩ ବର୍ଷର ନାବାଳକ ସହ ସମ୍ପର୍କ ରଖି ଗର୍ଭବତୀ ହୋଇଥିଲେ । ଫଳରେ ସେ ପିଲା ଜନ୍ମ କରିବା ପରେ ଏହି ସମସ୍ତ ଘଟଣା ଉପରୁ ପରଦା ହଟିଛି । ଘଟଣା ଅନୁଯାୟୀ ମହିଳା ଜଣକ ହେଉଚନ୍ତି ୧୩ ବର୍ଷୀୟ ନାବାଳକର ସରୋଗେଟ୍ ମଦର । ଘଟଣା ପ୍ରଘଟ ହେବା ପରେ ନାବାଳକର ମା ଥାପାରେ ଅଭିଯୋଗ କରିଥିଲେ । ତେବେ ମହିଳାଙ୍କ ନାଁରେ କେସ୍ ଦାୟର୍ ହେବା ସହ ତାଙ୍କୁ ୯୦ ଦିନର ଜେଲ ଦଣ୍ଡ ମିଳିଛି । ଏବେ ଅଭିଯୁକ୍ତ ମହିଳା ଜେଲ୍‌ରେ ଅଛନ୍ତି । ସୂଚନା ଅନୁଯାୟୀ ଆମେରିକାର କୋଲୋରାଡ଼ୋରେ ଦେଖିବାକୁ ମିଳିଛି ଏଭଳି ନିନ୍ଦନୀୟ ଘଟଣା । ନାବାଳଙ୍କ ସହ ଯୌନ ଶୋଷଣ ନେଇ ମାମଲା ଦାୟର୍ ହୋଇଛି । ଏହା ପୂର୍ବରୁ ମଧ୍ୟ ମହିଳା ଜଣକ ଜୁଲାଇ ମାସରେ ଗିରଫ ହୋଇଥିଲେ । ତେବେ ନାବାଳକଙ୍କ ସହ ସେ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ତେବେ ସେ ନାବାଳକଙ୍କ ସହ କେବେଠୁ ରହିଆସୁଛନ୍ତି ସେ ସମ୍ପର୍କରେ କିଛି ତଥ୍ର ମିଳି ନାହିଁ । ସେପଟେ ମହିଳାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳକଙ୍କ ମା ।

Related Articles

Back to top button
WP Twitter Auto Publish Powered By : XYZScripts.com