ଓଡ଼ିଶା

ନିଶା ଦେଇ ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ, ଖଣ୍ଡଗିରି ଥାନାରେ ମାମଲା ରୁଜ୍ଜୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି। ବ୍ଲାକମେଲିଂ କରି ମହିଳା ପ୍ରଫେସରଙ୍କୁ ଟଙ୍କା ମାଗୁଥିଲା ଅଭିଯୁକ୍ତ। ଏନେଇ ମହିଳା ପ୍ରଫେସର ଛତିଶଗଡ଼ର କବୀରନଗର ଥାନାରେ ଅଭିଯୋଗ କରିଛନ୍ତି। ଛତିଶଗଡ଼ ପୋଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ଜିରୋ ୠଓଜରେ ମାମଲା ରୁଜୁ କରି ଖଣ୍ଡଗିରି ପୋଲିସର ତଦନ୍ତ ଆରମ୍ଭ କରିଛି। ଛତିଶଗଡ଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ସଂପୃକ୍ତ ୨୪ ବର୍ଷୀୟା ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଘରୋଇ ଏକ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ। ସେପ୍ଟେମ୍ବର ୧୬ରୁ ୧୮ ତାରିଖ ଯାଏଁ ଅଭିଯକ୍ତ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବ୍ଲାକମେଲ କରି ୨ ଲକ୍ଷ ଟଙ୍କା ନେଇଥିଲେ ବି ନିର‌୍ୟାତନା ଥମି ନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com