ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ପାତ୍ରପୁରରେ ମା କୁଠାରିଶ୍ଵରୀଙ୍କ ପୀଠରେ ନବରାତ୍ର ପୂଜା 

ପାତ୍ରପୁର, ୨୮/୦୯/୨୦୨୨-   ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା କୁଠାରିଶ୍ଵରୀଙ୍କ ୫୬ ତମ ନବରାତ୍ର ପୂଜା ମହାଆଡମ୍ବରରେ ଆରମ୍ଭ ହୋଇଛି । ଗତ ଦୁଇ ବର୍ଷର କରୋନା କଟକଣା ପରେ ପାତ୍ରପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା କୁଠାରିଶ୍ଵରୀଙ୍କ ୫୬ ତମ ନବରାତ୍ର ପଣ୍ଡିତ ଶ୍ରୀ ରଘୁନାଥ ଶତପଥୀଙ୍କ ଏବଂ ତାଙ୍କ ସହଯୋଗୀଙ୍କ ଦ୍ୱାରା  ଶାରଦୀୟ ନବରାତ୍ର ପୂଜା ଆରମ୍ଭ ହୋଇଛି ।

ଏହି ସବୁ ପୂଜାରେ ଅଞ୍ଚଳର ଯଜ୍ଞ ପଣ୍ଡିତ, ବେଦ ଆଚାର୍ଯ୍ୟ, ପୁରୋହିତ ଓ ଅନ୍ୟାନ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ର ଧ୍ଵନିରେ ପୀଠ ପ୍ରକମ୍ପିତ ହେଉଛି ।  ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିବ, ଶେଷଦିନ ସନ୍ଧି ପୂଜା ପରେ ପୂର୍ଣ୍ଣାହୁତି, ହୋମ ଓ ୩ ତାରିଖ ସକାଳୁ ନଗର ପରିକ୍ରମା ଏବଂ ଘଟ ବିସର୍ଜନ ହେବ ବୋଲି ମୁଖ୍ୟ ପୁରୋହିତ ସୂଚନା ଦେଇଛନ୍ତି ।

ଏହି ସାତ ଦିନର ପୂଜାକୁ ଆଖି ଆଗରେ ରଖି ମନ୍ଦିରର ପରିଚାଳନା କମିଟିର ସଭାପତି ପି. ସଚିଦାନନ୍ଦ ସୁବୁଦ୍ଧି, ସୁରେଶ କୁମାର ପଟ୍ଟନାୟକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ଶୁଭେଛୁ ମାନଙ୍କୁ ଅନୁରୋଧ କରିବା ସହ କରନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ମାଙ୍କର ମହା ଆଡମ୍ବରରେ ଚାଲିଥିବା ପୂଜାକୁ ନେଇ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଜମିବ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com