ଓଡ଼ିଶା

୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ଭୁବନେଶ୍ୱର () ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ଚିଠା ତାଲିକା। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଥିବା ବେଳେ ଏହାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଛି। ତା’ସହିତ ଯଦି କିଛି ପରାମର୍ଶ ଦେବାର ଥାଏ, ତା’ହେଲେ ୧୫ ଦିନ ଭିତରେ ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୋଗ ଓ ପରାମର୍ଶ ଗୁଡ଼ିକୁ ପାଇବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍ଏସି ମଧ୍ୟରୁ ମହିଳାଙ୍କ ପାଇଁ ୫୪ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି। ସେହପରି ଅନୁସୂଚିତ ଜାତିଙ୍କ ପାଇଁ ୮ଟି ଅଧ୍ୟକ୍ଷ ପଦବୀ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି। ୪୨ଟି ପୌରାଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com