ଓଡ଼ିଶା

ନିଜ ବନ୍ଧୁକରୁ ସିଆରପିଏଫ୍ ହାବିଲଦାରଙ୍କ ଆତ୍ମହତ୍ୟା

ନୂଆପଡ଼ା() ନିଜ ଏକେ ୪୭ରୁ ଗୁଳି କରି ଆତ୍ମହତ୍ୟା କଲେ CRPF ହାବିଲଦାର । ଏପରି ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା କୋମନା ଥାନା ବରକୋଟ ସିଆରପିଏଫ୍ କ୍ୟାମ୍ପରେ ଘଟିଛି। ମୃତ ହାବିଲଦାରଜଣକ ହେଲେ ରାମ ପ୍ରତାପ । ତାଙ୍କ ଘର ହରିୟାଣାରେ । ଆଜି ସକାଳେ ରାମ ପ୍ରତାପ ଗାର୍ଡ ରୁମ୍‌ରେ ଡ୍ୟୁଟି କରୁଥିଲେ। ସେ ଗାର୍ଡ ରୁମ୍‌ରେ ଥିବା ଖଟରେ ବସି ସର୍ଭିସ ଏକେ-୪୭କୁ ନିଜ ବେକରେ ଲଗାଇ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ କୋମନା ପୁଲିସ୍‌ ପହଞ୍ଚି  ତଦନ୍ତ ଚଳାଇଛି। ପୁଲିସ୍‌ ମୃତଦେହ ଜବତ କରି କୋମନା ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ତତନ୍ତ ଜାରି ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com