ଓଡ଼ିଶା

୭୫ କେଜି ଗଞ୍ଜେଇ ଜବତ, ଗଞ୍ଜେଇ ମାଫିଆ ଗିରଫ

(ଫୁଲବାଣୀ) ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ କାରବାର । ଚଢାଉ କରି ୭୫ କେଜି ଗଞ୍ଜେଇ ଜବତ କଲା ଅବକରୀ ବିଭାଗ । ଏହାସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି ।

ଖବର ଅନୁଯାୟୀ, ରବିବାର ଦିନ ସଂଧ୍ୟା ସମୟରେ ପ୍ରୟାସ ନାମକ ଏକ ବେସରକାରୀ ସଂସ୍ଥା ଆମ୍ବୁଲାନ୍ସରେ ୭୫ କେଜି ଗଞ୍ଜେଇ ଅନୁଗୁଳ ଜିଲ୍ଲାକୁ ଚୋରା ଚାଲାଣ କରୁଥିଲା । ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ କରିଥିଲେ । ଏହି ଚଝାଉରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣଙ୍କ ଅନୁଗୁଳ ଜିଲ୍ଲା ଛେଣ୍ଡିପଜା ପ୍ରହଲ୍ଲାଦ ବେହେରା ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com