ଓଡ଼ିଶା

ଯୁବ ଶିଳ୍ପୀମାନଙ୍କୁ ପୁରସ୍କାର

ରାଜ୍ୟର ଯୁବ ଶିଳ୍ପୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର। ପ୍ରଥମ ଥର ପାଇଁ ଓଡ଼ିଶାର ଯୁବ ଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଯୁବ ପୁରସ୍କାର’ ପ୍ରଦାନ କରାଯିବ।

୧୩ ଗୋଟି ବିଭାଗରେ ଯୁବ ଶିଳ୍ପୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

୧୩ ଗୋଟି ବିଭାଗରେ ‘ଯୁବ ପୁରସ୍କାର’ ପ୍ରଦାନ କରାଯିବ। ଏହି ଅବସରରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com