ଓଡ଼ିଶା

ଆଜି କୁମାର ପୂର୍ଣ୍ଣମୀ ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଆଜି କୁମାର ପୂର୍ଣ୍ଣମୀ ଓ ମା’ ଗଜଲକ୍ଷ୍ମୀଙ୍କ ପୂଜା । ଧରାପୃଷ୍ଠକୁ ଆଗମନ କରିବେ ମା’ ଗଜଲକ୍ଷ୍ମୀ । କୁମାର ପୂର୍ଣ୍ଣିମା ଅବସରରେ ଗୀତ ଗାଇ ରବିବାର ସକାଳୁ ସକାଳୁ କୁମାରୀ ଝିଅମାନେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ସୁନ୍ଦର ବର ପାଇବା ପାଇଁ ବ୍ରତ ରଖିଛନ୍ତି । ଏଥିପାଇଁ ଚାରିଆଡ଼େ ସାଜସଜ୍ଜା ସହ ପିଠାପଣାର ଆସର ସହ ଆନନ୍ଦ ଉଲ୍ଲାସର ପରିବେଶ । ଆଜି କୁମାର ପୂର୍ଣ୍ଣିମା ଓ ଏକ ମାସ ଧରି ଚାଲିଥିବା ଜହ୍ନି ଓଷା ବି ଶେଷ ହେଉଛି । ଝିଅମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରି ନୂଆ ପୋଷାକ ପରିଧାନ କରିଛନ୍ତି । ଏହା ପରେ ମା’ ବୃନ୍ଦାବତୀଙ୍କ ନିକଟରେ ପୂଜା କରିଛନ୍ତି । ଗୁଆ, ଲିଆ, ବିଭିନ୍ନ ପ୍ରକାର କଞ୍ଚା ଓ ପାଚିଲା ଫଳ ଏବଂ ନଡ଼ିଆରେ ମା’ ବୃନ୍ଦାବତୀଙ୍କ ଆଗରେ ସାତ ଥର ଆଞ୍ଜୁଳି ଟେକି ମାନସିକ କରିଛନ୍ତି । ସେହିପରି ସନ୍ଧ୍ୟାରେ ଆଞ୍ଜୁଳି ଟେକିଥିବା ଲିଆ ଓ ଫଳରେ ଚାନ୍ଦ ତିଆରି କରି ବୃନ୍ଦାବତୀଙ୍କ ପାଖରେ ଭୋଗ କରିବେ । ପରେ ଚନ୍ଦ୍ରଙ୍କୁ ଦେଖିବା ପରେ ଏହି ଭୋଗ ଚାନ୍ଦକୁ ଖୁଆଇ ନିଜ ବ୍ରତ ସମ୍ପନ୍ନ କରିବେ । କୁମାର ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରମାଧବ ସାତଦିନ ପର୍ଯ୍ୟନ୍ତ ଲକ୍ଷ୍ମୀ ମନ୍ଦିରରେ ବନ୍ଧା ରହିବେ । ସେପଟେ ସୋମବାର ଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ଏଥିପାଇଁ ଯେଉଁ ହବିଷ୍ୟାଳୀ ମାନେ କାର୍ତ୍ତିକ ବ୍ରତ ପାଳନ କରିବେ ସେମାନେ ଆଜି ସଙ୍କଳ୍ପ କରିଛନ୍ତି । ତେବେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ସହ ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ । ସେନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com