ଓଡ଼ିଶା

ଗୁଳି ଫୁଟି ଗାଙ୍ଗପୁର ଆଇଆଇସିଙ୍କ ମୃତ୍ୟୁ, ନିଜେ ରଖିଥିବା ବନ୍ଧୁକରୁ ଫୁଟିଥିଲା ଗୁଳି

ବ୍ରହ୍ମପୁର : ଗୁଳି ଫୁଟି ଆଇଆଇସିଙ୍କ ମୃତ୍ୟୁ । ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ହୋଇଛି । ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଆସିକା ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ଗାଙ୍ଗପୁର ଥାନା ଅଧିକାରୀ ଦେବ କୁମାର ଗମାଙ୍ଗଙ୍କ ନିଜେ ରଖିଥିବା ବନ୍ଧୁକରୁ ଗୁଳି ବାଜି ମୃତ୍ୟୁ ହୋଇଛି ।
ସେ ନିଜେ ଆଜି ଗାଙ୍ଗପୁର ଥାନା ପରିସରରେ ଅଣ୍ଟାରେ ନିଜ ବନ୍ଧୁକ ରଖୁଥିବା ବେଳେ ଅଚାନକ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଅଣ୍ଟାରେ ବାଜି ଥିଲା । ପରେ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ତାଙ୍କୁ ଆସ୍କା ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଗଞ୍ଜାମ SP ବ୍ରିଜେଶ ରଏ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com