Featuredଓଡ଼ିଶା

ରାଜଧାନୀରେ ଗାଡ଼ି ଚଳାଇବା ହୋଇଯାଉଛି ମହଙ୍ଗା । ଗାଡ଼ିର ପଛ ଲାଇଟ୍ ନଜଳିଲେ ଏଥର କଟିବ ଫାଇନ୍ ।

ରାଜଧାନୀରେ ଗାଡ଼ି ଚଳାଇବା ହୋଇଯାଉଛି ମହଙ୍ଗା । ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବା ପାଇଁ ଦିନକୁ ଦିନ କଠୋର ହେଉଛି ରାଜ୍ୟ ପରିବହନ ବିଭାଗ । ଦୁର୍ଘଟଣାକୁ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ନିୟମକୁ କରୁଛି କଡ଼ାକଡ଼ି । ଏହିକ୍ରମରେ ପୁଣି ଏକ ନୂଆ ନିୟମ ଆସିଛି । ଯଦି ଆପଣଙ୍କ ଗାଡ଼ିର ପଛ ଲାଇଟ୍ ନଜଳୁଛି ତେବେ ଆପଣଙ୍କୁ ମଧ୍ୟ ଫାଇନ୍ ଦେବାକୁ ପଡ଼ିବ । ବର୍ତ୍ତମାନର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜଧାନୀରେ ରାତି ହେଲେ ଦୁର୍ଘଟଣାର ଆଶଙ୍କା ବଢୁଛି । ଏଥି ସହିତ ମଦ୍ୟପ ତଥା ଅମାନିଆ ଚାଳକଙ୍କ ପାଇଁ ଆଉ ଅଧିକ କାଳ ହୋଇଛି ରାଜଧାନୀ ରାଜପଥ । କେତେବେଳେ ମଦ ପିଇ ଡ଼୍ରାଇଭର କେଉଁଠି ଦୁର୍ଘଟଣା ଘଟାଇଲାଣି ତ ଆଉ କେଉଁଠି ଅମାନିଆ ମାନେ ନିୟମ ଭାଙ୍ଗି ଦୁର୍ଘଟଣା ଘଟାଇଲାଣି । ଏହି କ୍ରମରେ ପ୍ରତି ଦୁଇ ଦିନ ରାତିରେ ଦୁର୍ଘଟଣାରେ ହାରାହାରି ଜଣଙ୍କ ଜୀବନ ଯାଉଛି । ଶୀତ ଦିନେ କୁହୁଡ଼ି ଓ ରାତିରେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ପାଇଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଏକ ଆକଳନରୁ ଜଣାପଡ଼ିଛି। ସଡକ ଦୁର୍ଘଟଣା, ଅମାନିଆ ଗାଡି ଚାଳନାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଅନେକ ନିୟମ ଲାଗୁ କରୁଛି ।
ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଉଛି । ଏହାରି ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଚାଲାଣ ଆଦାୟ କରିବାକୁ ପରିବହନ ବିଭାଗର କଡ଼ା ନିର୍ଦ୍ଦେଶ । ଏନେଇ ରାଜ୍ୟର ସମସ୍ତ ଆରଟିଓ ଅଧିକାରୀଙ୍କୁ ମାସିକ ଟାର୍ଗେଟ ଦେଇଛି ପରିବହନ ବିଭାଗ । ଏଥିରେ କେବଳ ଆରଟିଓ ଅଧିକାରୀ ନାହାଁନ୍ତି ବରଂ ତାଙ୍କ ଅଧିନରେ ଥିବା ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ମୋଟର ଭେଇକିଲ ଇନସ୍ପେକ୍ଟର, ଅତିରିକ୍ତ ମୋଟର ଭେହିକିଲ ଇନସ୍ପେକ୍ଟରଙ୍କ ସହ ଟିଆଇମାନଙ୍କୁ ମଧ୍ୟ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ମାସ ୭ତାରିଖ ସୁଧା ଏହାର ରିପୋର୍ଟ ଜଞଙ ଅଧିକାରିମାନେ ପରିବହନ ବିଭାଗ ମୁଖ୍ୟାଳୟକୁ ଜଣାଇବାକୁ ନିର୍ଦ୍ଦେଶ ରହିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହେବେ ଯେ ଅନେକ ଛୋଟ ଛୋଟ ଜିନିଷ ପାଇଁ ନିୟମ ନମାନିଲେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ । ମାଲ ବୋଝେଇ ଗାଡିରେ ଯାତ୍ରୀ ପରିବହନ ନିଷେଧ ରହିଛି । ଏଥିପାଇଁ ଯଦି ନିୟମ ଭାଙ୍ଗୁଛନ୍ତି ମଧ୍ୟ ଚାଲାଣ କଟିବାର ପ୍ରାବଧାନ ରହିଛି । ଏହାସହ ମାଲ ବୋଝେଇ କ୍ଷମତା ଠାରୁ ଅଧିକ ମାଲ ପରିବହନ କଲେ ଚାଲାଣ କଟିବ । ଭୁଲ ଯାଗାରେ ପାର୍କିଂ କରିଥିଲେ ଗାଡି ଫାଇନ କଟିବ । ଏନେଇ ପାର୍କିଂ ନିଷେଧ ଅଞ୍ଚଳରେ ଗାଡି ରଖନ୍ତୁ ନାହିଁ । ରାସ୍ତାର‌ ଭୁଲ ପାର୍ଶ୍ଵରେ ଗାଡି ଚଲାଉ ଥିଲେ ଫାଇନ କଟି ପାରେ । ବିନା ସିଟ ବେଲ୍ଟରେ ଗାଡି ଚଲାଉଥିଲେ କଟିବ ଫାଇନ । ବିନା ହେଲମେଟରେ ଦୁଇ ଚକିଆ ଚଲାଇଲେ ଆପଣଙ୍କୁ ଫାଇନ୍ ଦେବାକୁ ପଡ଼ିବ । ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର କରିଲେ କିମ୍ବା ମଦ୍ୟ ପାନ କରି ଗାଡ଼ି ଚଳାଇଲେ ଫାଇନ କଟିବ । ନିର୍ଦ୍ଧାରିତ ବେଗ ଠାରୁ ଦୃତ ଗତିରେ ଗାଡି ଚଳାଇଲେ ମଧ୍ୟ ଫାଇନ୍ କଟିବ । ଏହିପରି ଭାବେ ଶୃଙ୍ଖଳିତ ଗାଡି ଚଳାଚଳ ପାଇଁ ଅନେକ ନିୟମ କରିଛି ପରିବହନ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com