Featuredଅନ୍ତର୍ଜାତୀୟ

ପାକିସ୍ତାନରେ ଭୋକର ଭୟଙ୍କର ଦୃଶ୍ୟ : ଅଟା ଆଣିବାକୁ ଦଳାଚକଟାରେ ଚାଲିଗଲା ୫ ଜୀବନ

ପାକିସ୍ତାନ ଏବେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି । ମାଗଣା ଅଟା ପାଇବାକୁ ବିଭିନ୍ନ ସ୍ଥାନରେ ଅଟା ଟିକେ ପାଇବାକୁ ସୃଷ୍ଟି ହୋଇଛି ଦଳାଚକଟା ପରିସ୍ଥିତି, ଯେଉଁଥିରେ ଏବେଯାଏଁ ୫ଜଣ ପ୍ରାଣ ହରାଇଥିବା ଜଣାପଡିଛି । କିଛି ସ୍ଥାନରେ ବିତରଣ କେନ୍ଦ୍ର ଏବଂ ଟ୍ରକରୁ ଗହମ ଓ ଅଟାକୁ ଲୋକେ ଲୁଟି ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ଦେଶରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଜୁଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ଏବେ ରମଜାନ୍ ଚାଲିଥିବାବେଳେ ଖାଦ୍ୟ ଗଣ୍ଡାଏ ପାଇବାକୁ ଲୋକେ ଡହଳ ବିକଳ ହେଉଛନ୍ତି । ଏପରି ସମୟରେ ଶେହବାଜ୍ ସରକାର ଲୋକଙ୍କୁୁ ମାଗଣା ଅଟା ବିତରଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହି ମାଗଣା ଅଟା ପାଇବାକୁ ଲୋକେ ପ୍ରାଣ ହରାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com