ଓଡ଼ିଶା

ବଢ଼ିଚାଲିଛି ତାର ଚୋରି ଘଟଣା : ଗୋଲାମୁଣ୍ଡା ପରେ କେଗାଁ ପମ୍ପ ହାଉସ୍ ଟାର୍ଗେଟ କଲେ ଚୋର ।

ଗୋଲାମୁଣ୍ଡା,୨୫/୦୭/୨୦୨୨- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ଥିବା ବସୁଧା ଯୋଜନା ପାନୀୟ ଜଳ ପ୍ରକଳ୍ପରୁ ଶନିବାର ରାତିରେ ପୁଣି ବିଦ୍ୟୁତ ତାର ଚୋରି ହୋଇଛି । ଦୁର୍ବୁତ୍ତମାନେ ପ୍ରାୟ ୨ ଶହ ମିଟର ତାର ଚୋରି କରି ଏହି ପ୍ରକଳ୍ପର ପାଞ୍ଚ ଶହ ମିଟର ତଳେ ଉଦନ୍ତି ନଦୀ କୂଳରେ ତାର ମଧ୍ୟରେ ଥିବା ତମ୍ବା ଅଂଶକୁ ଛଡାଇ ନେଇ ଯାଇଥିବା ଜଣାପଡିଛି । ଫଳରେ କେଗାଁ ଓ ସାନଚରେଗାଁକୁ ପାନୀୟ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଗତ ଏପ୍ରିଲ୧୩ ତାରିଖରେ ଏହି ପାନୀୟ ଜଳ ପ୍ରକଳ୍ପରୁ ବିଦ୍ୟୁତ ତାର ଚୋରି ହୋଇଥିଲା । ଚଳିତ ମାସ ୨୦ ତାରିଖ ରାତ୍ର ସମୟରେ ଗୋଲାମୁଣ୍ଡା ଥାନା ଅଧିନରେ ଥିବା ମାନଝରି ଗ୍ରାମ ନିକଟସ୍ଥ ଉଦନ୍ତି ନଦି କୂଳରେ ଥିବା ବସୁଧା ଯୋଜନା ପାନୀୟ ଜଳ ପକଳ୍ପରୁ ବିଦ୍ୟୁତ ତାର ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଲାମୁଣ୍ଡା ଓ ମାନଝରି ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ଅଛି । ପୋଲିସ ରାତ୍ରି କାଳିନ ପ୍ରେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରିଥିଲେ ସୁଦ୍ଧା ଦୁର୍ବୁତ୍ତ ମାନେ ପୋଲିସକୁ ଚ୍ୟାଲେଞ୍ଚ କରି ଏପରି କାମ ଘଟାଉଥିବା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ଏଥିପ୍ରତି କଳାହାଣ୍ଡି ଏସପି ତୀକ୍ଷ୍ଣ ଦୃଷ୍ଟି ଦେଇ ଚୋରି ଡକାୟତି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com