ଓଡ଼ିଶା

ହୁତୁ ହୁତୁ ହୋଇ ଜଳିଗଲା ପଲସର୍‌, ନିଆଁକୁ ଆୟତ୍ତ କରିପାରିଲେନି ଲୋକେ

କେନ୍ଦୁଝର() କେନ୍ଦୁଝରରେ ହୁତୁ ହୁତୁ ହୋଇ ଜଳିଗଲା ଥୁଆ ହୋଇଥିବା ଏକ ବାଇକ । ଆଜି ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ କେନ୍ଦୁଝର ଟାଉନ ଥାନାର ତେନ୍ତୁଳି ନଣ୍ଡା ସ୍ଥିତ କଲେଜ ଛକ ଠାରେ ଥୁଆ ହୋଇଥିବା ବାଇକରେ କୌଣସି କାରଣରୁ ନିଆଲାଗି ଜଳିବାକୁ ଲାଗିଥିଲା । ବାଇକଟି ଯୋଡ଼ା ବ୍ଲକର କମାରା ଯୋଡ଼ା ଗ୍ରାମର ନିରଂଜନ ପାତ୍ରଙ୍କର ବୋଲି ଜଣାପଡ଼ିଛି । ସେ ତେନ୍ତୁଳିନଣ୍ଡା ସ୍ଥିତ କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ଶେଷ ବର୍ଷ ଇଲେକ୍ଟ୍ରିକାଲ ଛାତ୍ର ଭାବେ ପାଠ ପଢୁଛନ୍ତି ।

ସେ ହଷ୍ଟେଲରେ ରହୁଥିବା ବେଳେ ଆଜି କିଛି ଜିନିଷ ଆଣିବା ପାଇଁ କଲେଜ ଛକରେ ଥିବା ଏକ ଦୋକାନକୁ ଯାଇଥିଲେ । ହେଲେ ହଠାତ ତାଙ୍କ ପଲସର ବାଇକରେ ନିଆଁ ଲାଗି ଜଳିବାକୁ ଆରମ୍ଭ କରିଥିଲା । ସେଠାରେ ଥିବା ଲୋକମାନେ ବାଇକ ଉପରେ ପାଣି ପକାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିପାରିନଥିଲେ । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ବାଇକଟି ସଂପୂର୍ଣ୍ଣ ପୋଡି ଜଳି ପାଉଁଶ ହୋଇଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com