ଓଡ଼ିଶା

ସମ୍‌ ଅଲ୍ଟିମେଟ୍ ମେଡି କେୟାର ଓ ବାଲେଶ୍ବର ପ୍ରଗତି ବିକାଶ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବାଲେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭୁବନେଶ୍ବରର ସମ୍‌ ଅଲ୍ଟିମେଟ୍ ମେଡି କେୟାର ଓ ବାଲେଶ୍ବରର ପ୍ରଗତି ବିକାଶ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ବାଲେଶ୍ବର ସହରର ହୋଟେଲ ରୟାଲ କୁଇନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ ଅଲ୍ଟିମେଟର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ଚିନ୍ମୟୀ କରଙ୍କ ସମେତ ଅନେକ ବିଶେଷଜ୍ଞ ଡାକ୍ତର ଏବି ଶିବିରରେ ଯୋଗ ଦେଇଥିଲେ । ଏବେବି ସମାଜରେ ଶିଶୁ କନ୍ୟା ଅଲୋଡା ହୋଇ ରହିଛନ୍ତି ବୋଲି ଡ. ଚିନ୍ମୟୀ କର କହିଥିଲେ । ପୁଅ ଝିଅ ମଧ୍ୟରେ କିଛି ବି ଫରକ ନରଖି ଏକ ସୁସ୍ଥ ସମାଜ ଗଢିବା ପାଇଁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତେ ଆହ୍ବାନ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com