ଓଡ଼ିଶା

ବିଧାନସଭାରେ ପୁରୀ ରତ୍ନଭଣ୍ଡାର

ଭୁବନେଶ୍ୱର, ୧୬/୦୭/୨୦୨୨- କେବେ ଖୋଲିବ ପୁରୀ ରତ୍ନଭଣ୍ଡାର? ଏ ବାବଦରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଧାୟକ ମୋହନ ଚରଣ ମାଝୀ ।  ପୁରୀ ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ରହିଛି ? ଏହାର ଲିଖିତ ଉତ୍ତରରେ ମନ୍ତ୍ରୀ ଜଗନ୍ନାଥ ସାରକା ଏ ବାବଦରେ ସ୍ପଷ୍ଟ କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା,ହୀରା ଓ ଅନ୍ୟାନ୍ୟ ରତ୍ନାଦି ରହିଛି ତାହା ସୁମାରି କରିବାକୁ ପ୍ରସ୍ତାବ ଆସିଲେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ସେହିଭଳି ମହାପ୍ରଭୁଙ୍କ ନାଁରେ ଓଡ଼ିଶାର ୨୪ଟି ଜିଲ୍ଲାରେ ମୋଟ ୬୦,୪୨୬.୯୪୩ ଏକର ଜମି ରହିଛି । ଯାହା ମଧ୍ୟରୁ ୩୪୩.୬୫୬ ଏକର ଜମି ବିକ୍ରୟ କରାଯାଇଛି । ବିଭିନ୍ନ ପ୍ରକଳ୍ପ ପାଇଁ ଭୂ-ଅଧିଗ୍ରହଣ ହୋଇଛି ୭୬୫.୫୦୫୫ ଏକର ଜମି । ଏଥିରୁ ମିଳିଥିବା ଅର୍ଥ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି । ଏହାବାଦ୍ ରାଜ୍ୟ ମଧ୍ୟରେ ଥିବା ଜମିଜମାରୁ ରାଜଭାଗ, ଖଣି, ତୋଟାବଗିଚା ଓ ଖମାରରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୬୧, ୭୩, ୭୫, ୪୯୭ ଟଙ୍କା ଆୟ ହୋଇଛି । ଓଡ଼ିଶା ବାହାରେ ଥିବା ଜମିଜମାରୁ ୧୧, ୩୬୫ ଟଙ୍କା ରାଜଭାଗ ବାବଦକୁ ଆଦାୟ ହୋଇ ଶ୍ରୀମନ୍ଦିର ପାଣ୍ଠିରେ ଜମା ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com