ଓଡ଼ିଶା

ଶ୍ରାବଣ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଜଳାଭିଷେକ ଲାଗି କାଉଡିଆଙ୍କ ଭିଡ

ବ୍ରହ୍ମପୁର : ଶ୍ରାବଣ ମାସ ପ୍ରଥମ ସୋମବାର ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧିନରେ ଥିବା ପ୍ରମୁଖ ଶୈବପୀଠ ମାନଙ୍କରେ ଜଳାଭିଷେକ ଲାଗି କାଉଡିଆଙ୍କ ମଧ୍ୟରେ ଭିଡ ଦେଖିବାକୁ ମିଳିଥିଲା ।

ଯେହେତୁ ଗତ ଦୁଇବର୍ଷ ଧରି ମହାମାରୀ କରୋନା ବୃଦ୍ଧି ଯୋଗୁଁ ସରକାର ଏହା ଉପରେ କଟକଣା ଜାରି କରିଥିଲେ । କିନ୍ତୁ ଚଳିତ ବର୍ଷ ଏହାର ପ୍ରଭାବ ବିଶେଷ କରି ଜିଲ୍ଲାରେ ନ ଥିବାରୁ ବୋଲବମ୍ ଭକ୍ତ ମାନଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିବା ଜଣାପଡିଛି ।

ଏନେଇ ମାନସିକ ଧାରୀମାନେ ଗେରୁଆ ବସ୍ତ୍ର ଧାରଣ କରି ବିଭିନ୍ନ ନଦୀ ପୀଠରୁ ପଣ୍ଡିତ ଦ୍ଵାରା ଗଙ୍ଗାମାତାଙ୍କୁ ଆହ୍ବାନ ପରେ କାନ୍ଧରେ ବାହୁଙ୍ଗି ଧରି ପ୍ରଭୁ ଶିବଙ୍କ ନାମ ତୁଣ୍ଡରେ ଧରି ଚାଲି ଚାଲି ଯାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଗୁପ୍ତେଶ୍ୱର ଶୈବପୀଠ ସମେତ କମଳାପୁର ସ୍ଥିତ କାଶୀ ବିଶ୍ଵନାଥ , ବଡପଦା , ଉଜଳେଶ୍ବର , ଟିକା ଚନ୍ଦ୍ରିକା , କମା ପଡିଆ ଭଳି ଅନେକ ଶୈବପୀଠରେ ବୋଲବମ ଭକ୍ତଙ୍କ ସକାଳୁ ସକାଳୁ ଜଳାଭିଷେକ ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ଏଥିସହ ପ୍ରଭୁ ଭୋଳା ଶଙ୍କରଙ୍କ ଉପରେ ଜଳ ଢାଳି ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତ ବିଶ୍ବାସ ରଖିଥାନ୍ତି ‌ । କିନ୍ତୁ କରୋନା ମହାମାରୀ ଯୋଗୁଁ ବୋଲବମ୍ ପଦଯାତ୍ରା ବନ୍ଦ ରହିବା ଫଳରେ ମନରେ ଯେଉଁ ଦୁଃଖ ଭରି ରହିଥିଲା ତାହା ଦୂର ହୋଇଥିବା ସହ ମନରେ ବହୁ ଖୁସି ଲାଗିଥିବା ପ୍ରକାଶ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com