ଅନ୍ତର୍ଜାତୀୟମନୋରଞ୍ଜନ

ହଲିଉଡ୍‌ ଅଭିନେତ୍ରୀ ପୁଟିନ୍‌ଙ୍କୁ ନେଇ ସେୟାର କଲେ ଭିଡିଓ

ନୂଆଦିଲ୍ଳୀ : ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ସୋସିଆଲ ମିଡିଆରେ ଅପିଲ କରାଯାଉଛି। ବଲିଉଡରୁ ଆରମ୍ଭ କରି ହଲିଉଡ୍‌ ଯାଏଁ ସମସ୍ତ କଳାକାରମାନେ ମଧ୍ୟ ଦୁଇ ଦେଶର ଶାନ୍ତି ପ୍ରାର୍ଥନା କରୁଛନ୍ତି । ଏହି ସମୟରେ, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ରୋକିବା ପାଇଁ ଆମେରିକୀୟ ଅଭିନେତ୍ରୀ ଆନ୍ନାଲିନ୍ ମ୍ୟାକର୍ଡଙ୍କ ଆବେଦନ ଚାରିଆଡେ ଭାଇରାଲ୍‌ ହେବାରେ ଲାଗିଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏଭଳି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି ।

ଆମେରିକୀୟ ଅଭିନେତ୍ରୀ ଆନ୍ନାଲିନ୍ ମ୍ୟାକକର୍ଡ ଟ୍ୱିଟରରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣକୁ ବନ୍ଦ କରିବାକୁ ଋଷ ନିକଟରେ ନିବେଦନ କରିଛନ୍ତି। ଭିଡିଓରେ ସେ ପୁଟିନଙ୍କୁ ଯେଉଁ ଆବେଦନ କରିଥିଲେ ତାହା ସୋସିଆଲ ମିଡିଆରେ ଥଟ୍ଟା ତଥା ପରିହାସ ହୋଇଗଲା।

ଏହି ୩୪ ବର୍ଷିୟା ଅଭିନେତ୍ରୀ ଆନ୍ନାଲିନ୍ ତାଙ୍କ ଭିଡିଓରେ କହିଛନ୍ତି ଯେ ‘ପ୍ରିୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ମୁଁ ଦୁଃଖିତ ଯେ ମୁଁ ଆପଣଙ୍କ ମା ନୁହେଁ। ଯଦି ମୁଁ ତୁମର ମା ହୋଇ ଥାଆନ୍ତି, ମୁଁ ତୁମକୁ ବହୁତ ଭଲ ପାଇଥାନ୍ତି । ସାରା ଦୁନିଆକୁ ଥଣ୍ଡା ରଖି ଥାନ୍ତି, ଯୁଦ୍ଧ କରିବାକୁ ଦେଇନଥାନ୍ତି । ଏହା ବ୍ୟତୀତ ଯଦି ମୁଁ ପୁଟିନ୍‌ ତୁମର ମାଆ ହୋଇଥାନ୍ତି ତାହାଲେ ଭାବ କିଭଳି ଲାଳନ ପାଳନ କରିଥାନ୍ତି। ଆମେରିକୀୟ ଅଭିନେତ୍ରୀ ଆନ୍ନାଲିନ୍ ମ୍ୟାକକର୍ଡ ସେ ଲେଖିଥିବା କବିତାରୁ କହିବାକୁ ଚେଷ୍ଟା କରୁଛନ୍ତି ଯେ ଯଦି ସେ ଋଷର ରାଷ୍ଟ୍ରପତିଙ୍କ ମାଆ ହୋଇଥାନ୍ତେ ତେବେ ପୁଟିନଙ୍କ ଜୀବନ ଭିନ୍ନ ହୋଇଥାନ୍ତା।

Related Articles

Back to top button