ଓଡ଼ିଶା

ବୁଧବାର ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ

ପୁରୀ: ଆସନ୍ତା ୨୦ ତାରିଖ ବୁଧବାର ଅବସରରେ ଶ୍ରାବଣ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀଜିଉମାନଙ୍କ ‘ବନକଲାଗି’ ବା’ ଶ୍ରୀମୁଖ ସିଂହାର’ ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ପରେ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ଆପାତତଃ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button