ଜାତୀୟ
ଆଜିର ଶ୍ରବଣ କୁମାର ! ପିତାମାତାଙ୍କୁ ଦୋଳାରେ ବସାଇ ବାବଧାମ ଯାତ୍ରାରେ ପୁଅ-ବୋହୂ
ଜହାନାବାଦ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୁଅ-ବୋହୂଙ୍କ ଭିଡିଓ, ଯେଉଁମାନେ ନିଜ ମାତାପିତାଙ୍କୁ ଦୋଳାରେ ବସାଇ ଦେଓଘର ବାବାଧାମ ଯାତ୍ରାରେ ବାହାରିଛନ୍ତି। ବିହାର ଜହାନାବାଦରୁ ୧୦୦ କିଲୋମିଟର ଦୂର ଦେଓଘର ସେମାନେ ପାଦରେ ଚାଲିଚାଲି ପାର କରିବେ। ଏବେ ଶ୍ରାବଣ କାଉଡିମେଳା, ଲୋକେ ଜଳାଭିଷେକ ଲାଗି ସାରା ଦେଶରେ ପବିତ୍ର ନଦନଦୀରୁ ପାଣି ଉଠାଇ ବିଭିନ୍ନ ଶିବାଳୟ ଅଭିମୁଖେ ଯାତ୍ରା କରୁଛନ୍ତି। ଏଥିରେ ନିଜ ପିତାମାତାଙ୍କୁ ବାବାଧାମ ଦର୍ଶନ ଲାଗି ବିହାର ଜହାନାବାଦର ଚନ୍ଦନ ପ୍ରସାଦ ଓ ତାଙ୍କ ପତ୍ନୀ ରୀନା ଦେବୀଙ୍କ ଯାତ୍ରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।
ଚନ୍ଦନ ଓ ରୀନା ଏକ ଲମ୍ବା ବାହୁଙ୍ଗୀରେ ସେମାନଙ୍କର ବୃଦ୍ଧ ମାତାପିତାଙ୍କୁ ଦୋଳାରେ ବସାଇ ରାସ୍ତାରେ ଚାଲୁଥିବାର ଦୃଶ୍ୟ ଯିଏ ବିଦେଖୁଛି ଅଟକି ଯାଉଛି। ଶ୍ରବଣ କୁମାରଙ୍କ ପରି ବୃଦ୍ଧବୃଦ୍ଧାଙ୍କୁ ବାହୁଙ୍ଗୀରେ ବୋହି ରାସ୍ତା ଚାଲୁଥିବା ବେଳେ ଚନ୍ଦନଙ୍କୁ ତାଙ୍କ ପତ୍ନୀ ରୀନା ବରାବର ସହଯୋଗ କରୁଛନ୍ତି। ପୁରା ପରିବାର ଏହି ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ରୀନା ଓ ଚନ୍ଦନ ପିତାମାତାଙ୍କୁ ଦୋଳାରେ ବସାଇ ରାସ୍ତା ଚାଲୁଥିବା ବେଳେ ସେମାନଙ୍କର ଦୁଇ ପିଲା ଅନ୍ୟ ଆବଶ୍ୟକ ସାମଗ୍ରୀ ସହ ସେମାନଙ୍କ କଡେ କଡେ ଚାଲୁଛନ୍ତି।
कलयुग के श्रवण कुमार: माता-पिता को कांवर पर बैठाकर बाबाधाम निकले बेटा-बहू.पूरी खबर पढ़ने के लिए क्लिक करें… https://t.co/jUbzvkYozA pic.twitter.com/AL9BuuPKSG
— rajeshkumarojha (@rajeshrepoter) July 18, 2022