ପୁରୀ: ଧଳାଜହର ବ୍ୟବସାୟୀଙ୍କ ହବ୍ ପାଲଟିଛି ଶ୍ରୀକ୍ଷେତ୍ର। ଦିନ ଦ୍ବିପ୍ରହରରେ ବିକ୍ରି ହେଉଛି ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର । ପୁରୀ ବାସେଳୀ ସାହି ଥାନା ମିଶ୍ର ନୋଳିଆ ସାହିରେ କିଛି ଅସାଧୁ ବ୍ୟକ୍ତି ନିଜ ଘରେ ଏହି ବ୍ୟବସାୟ କରୁଛନ୍ତି ।
ପ୍ରତିଦିନ ସେଠାରେ ନିଶାଡିଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି। ନିଶାଡି ମାନେ ହାତରେ ପୁଳା ପୁଳା ଟଙ୍କା ଧରି ଘର ଭିତରକୁ ବଢାଉଛନ୍ତି । ଏହା ପରେ ଘର ଭିତରୁ ଏକ ପୁଡିଆରେ ଧଳାଜହର ମିଳିଯାଉଛି। ପୁଡିଆ ମିଳିବା ପରେ ନିଶାଡୀ ମାନେ ବାଇକରେ ବସି ପଳାଉଛନ୍ତି। ଯାହାର ଭିଜୁଆଲ ନ୍ୟୁଜ ସେଭେନ ହାତରେ ଲାଗିଛି ।
ମିଶ୍ର ନୋଳିଆ ସାହିରେ ଏଭଳି ଖୁଲମଖୁଲା ବ୍ରାଉନ ସୁଗାର ବିକ୍ରି ହେଉଛି । ଆଉ ନିଶା ଖାଇ ବିଭିନ୍ନ ଅପରାଧ ଘଟାଉଛନ୍ତି । କିନ୍ତୁ ସବୁ ଜାଣି ପୋଲିସ କାହିଁକି ଚୁପ୍ ବସିଛି । ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
Back to top button