Featuredଓଡ଼ିଶା

ମାଫିଆଙ୍କ ନୂଆ ଟ୍ରିକ୍‍, ଟେର୍‍ ପାଇ ମାଡ଼ି ବସିଲା ପୁଲିସ୍‍

କୋରାପୁଟ: ଗଞ୍ଜେଇ ମାଫିଆଙ୍କ ନୂଆ ଟ୍ରିକ୍‍ । ବାହାର ରାଜ୍ୟକୁ ଚାଲାଣ ପାଇଁ ଆପଣେଇଲେ ନୂଆ ତରିକା । ଗାଡ଼ିରେ ପ୍ରେସ୍‍ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ। ଭାବିଥିଲେ କେହି ଟେର୍‍ ପାଇବେନି । ହେଲେ ଖବର ପାଇ ମାଡ଼ି ବସିଲା ପାଡୁଆ ପୁଲିସ । ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ଯାହାର ଆନୁମାନିକ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ।

ଦୁଇ ଜଣ ଅନ୍ତରାଜ୍ୟ ମାଫିଆ ଏକ ଏକ୍ସୟୁଭି କାରରେ ପ୍ରେସ ଲେଖି ବାହାର ରାଜ୍ୟକୁ ଚୋରା ଚାଲଣ କରୁଥିଲେ । ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲଣ କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ପୁଲିସ । ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପାଡୁଆ ପୋଲିସ ଦେବତା ଛକ ନିକଟରେ ମାଫିଆଙ୍କ ଜୋଜନା ପଣ୍ଡ କରିବା ପାଇଁ ନାକାବନ୍ଦୀ କରିଥିଲେ । ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଏକ୍ସୟୁଭି କାରକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କାରଟି ବ୍ୟାରିକେଡ ଭାଙ୍ଗି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ ଦୁଇ ମାଫିଆ । ଏହାପରେ ପୁଲିସ କାରକୁ ପିଛା କରି ଦୁଇ ମାଫିଆଙ୍କୁ ଧରିବା ସହ ଗାଡିକୁ ଯାଂଚ କରିଥିଲା । ଯାମଚ ବେଳେ ଗାଡିରୁ ବାହାରିଥିଲା ଦେଢ କ୍ୱିଣ୍ଟାଲର ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବେଲି ସୂଚନା ଦେଇଛି ପୁଲିସ । ଏହା ପରେ ଦୁଇ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନେ ହେଉଛନ୍ତି ମହାରାଷ୍ଟ୍ରର ମିଳିନ୍ଦ ଚିକତେ ଏବଂ ଶୁଭମ ସଞ୍ଜୟ ସିନ୍ଦେ ।

Related Articles

Back to top button
WP Twitter Auto Publish Powered By : XYZScripts.com