Featuredଜାତୀୟ

ଘର କଳିର କରୁଣ ପରିଣତି , ୪ ପିଲାଙ୍କୁ ଧରି କୁଅକୁ ଡେଇଁଲା ମା’

ଭୁବନେଶ୍ୱର, ୨୭. ୦୩. ୨୦୨୩ –   ଘରୋଇ କଳିକୁ ନେଇ ମଧ୍ୟପ୍ରଦେଶ ବୁରହାନପୁରରେ ଦୁଃଖଦ ଘଟଣା । ୩୦ ବର୍ଷୀୟା ମହିଳା ନିଜର ୪ ପିଲାଙ୍କୁ ଧରି କୂଅକୁ ଡେଇଁପଡିଲେ । ମହିଳା ଓ ଜଣେ ଝିଅର ଜୀବନ ବଞ୍ଚିଯାଇଥିବାବେଳେ ଅନ୍ୟ ୩ ପିଲାଙ୍କର ଦୟନୀୟ ମୃତ୍ୟୁ ହୋଇଛି ।

ପୁଲିସର କହିବା ଅନୁସାରେ ସ୍ୱାମୀଙ୍କ ସହ କଳି ଲାଗିବାରୁ ମହିଳା ଜଣକ ନିଜର ୪ ନାବାଳକ ପିଲାଙ୍କୁ ଧରି ଗାଁରେ ଥିବା ଏକ ଗଭୀର କୂଅକୁ ଡେଇଁପଡିଲା । ହେଲେ ଡର ଲାଗିବାରୁ କୂଅରେ ଝୁଲୁଥିବା ରସିକୁ ଧରି କୌଣସି ଉପାୟରେ ବାହାରକୁ ବାହାରି ଆସିଥିଲା । ହେଲେ ପାଣିରେ ଆଉ ୩ ଣ ପିଲା ଛଟପଟ ହୋଇ ପ୍ରାଣ ହରାଇଥିଲେ । ପୁଲିସ ୩ ଶିଶୁଙ୍କ ମୃତଦେହ କୂଅରୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com