ଜାତୀୟମନୋରଞ୍ଜନ

ମିକାଙ୍କ କନିଆ ସାଜିବେ ଏହି ଅଭିନେତ୍ରୀ, ଜିତିଲେ ‘Mika Di Vohti’ର ଟାଇଟଲ୍‌

ମୁମ୍ବାଇ: ମନୋରଞ୍ଜନ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ମିକା ସିଂ ବର୍ତ୍ତମାନ ତାଙ୍କ ପାଇଁ କନିଆ ଖୋଜିବାରେ ବ୍ୟସ୍ତ ଅଛନ୍ତି। ମିକାଙ୍କ ସ୍ଵୟଂମବର ଦୀର୍ଘ ସମୟ ଧରି ଚାଲିଆସୁଛି । ବିଭିନ୍ନ ସ୍ଥାନରୁ ଭିନ୍ନ ଝିଅମାନେ ଆସିଥିଲେ। ହେଲେ ଏବେ କନିଆ ଖୋଜିବାର ଅଭିଯାନ ଶେଷ ହୋଇଛି । ଏହି ସମୟରେ ଜଣେ ଅଭିନେତ୍ରୀ ମିକାଙ୍କ ହୃଦୟ ଜିତିଛନ୍ତି। ସସସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆକାଂକ୍ଷା ପୁରୀ ଜିତିଛନ୍ତି ଏହି ଟାଇଟଲ୍‌।

ସେ ହେଉଛନ୍ତି ବିଗ୍ ବସ୍-୧୩ର ପୂର୍ବତନ ପ୍ରତିଯୋଗୀ ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀ। ଆକାଂକ୍ଷା ‘ମିକା ଦି ଭୋଟି’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଟପ୍‌-୩ରେ ପହଞ୍ଚିଥିଲେ। ଏହି ସମୟରେ ଖବର ଆସିଥିଲା କି ମିକା ତାଙ୍କୁ ପୂର୍ବରୁ ଜାଣିଥିଲେ । ସେ ତାଙ୍କର ଦୀର୍ଘଦିନର ବନ୍ଧୁ । ବର୍ତ୍ତମାନ ମିକା ତାଙ୍କୁ ଜୀବନସାଥୀ ଭାବରେ ନିଜ ପାଇଁ ବାଛିଛନ୍ତି ।

ଆକାଂକ୍ଷା ପୁରୀ ସେଠାରେ ଅନେକ ପ୍ରତିଯୋଗୀଙ୍କୁ ଟକ୍କର ଦେଇ ମିକା ଡି ଭୋଟି ଟାଇଟଲ୍‌ ହାସଲ କରିଛନ୍ତି। ପୂର୍ବରୁ ସୂଚନା ମିଳିଥିଲା କି ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ । କିନ୍ତୁ ଏ ବିଷୟରେ ପଚରାଯିବାରୁ ଆକାଂକ୍ଷା ଏହାକୁ ସ୍ବିକାର କରି ନଥିଲେ। ତେବେ ଆକାଂକ୍ଷା ପୁରୀ ଏବଂ ମିକା ସିଂ ବିବାହ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com