ଜାତୀୟ

ମାଓବାଦୀ ଉଡ଼ାଇଲେ ରେଳ ଧାରଣା

ମାଓବାଦୀ ଉଡ଼ାଇଲେ ରେଳ ଧାରଣା । ଦିନକୁ ଦିନ ମାଓବାଦୀଙ୍କ ହିଂସାକାଣ୍ଡ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ମନୋହରପୁର ଷ୍ଟେସନ ନିକଟରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ ।

ଯାହାଫଳରେ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ଉକ୍ତ ଘଟଣା ପାଇଁ ମନୋହରପୁର, ଚକ୍ରଧରପୁର, ରାଉରକେଲା ଷ୍ଟେସନ ରେ ଅଟକିଛି ପ୍ରାୟ ୨୦ରୁ ଅଧିକ ଟ୍ରେନ୍ । ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମଧ୍ୟ ରହିଛି ।

ବିଭିନ୍ନ ସ୍ଥାନରେ ବିଭିନ୍ନ ଟ୍ରେନ ଅଟକି ରହିଛି । ଯାହାଫଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି । ଖବର ପାଇ , CRPF, RPF ର ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ରେଳ ଟ୍ରାକର ମରାମତି କାମ ସରିବା ପରେ ପୁଣି ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com