ଓଡ଼ିଶା

ଚାନ୍ଦବାଲିରେ ରାଜନୈତିକ ହିଂସା : ହାଇଓ୍ବାକୁ ଜାଳିଦେଲେ ଅଜଣା ଦୁର୍ବୃତ୍ତ, ତଦନ୍ତ ଜାରି

ଚାନ୍ଦବାଲି() ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର କୋଇଥକୋଲା ପଂଚାୟତ ୧୧ ନମ୍ବର ୱାର୍ଡ଼ରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ହାଇଓ୍ବା ଗାଡ଼ିକୁ ନିଆଁ ଲଗାଇ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ପଂଚାୟତ ନିର୍ବାଚନକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ହାଇଓ୍ବା ଗାଡ଼ିରେ ନିଆଁ ଲଗାଇ ଦେଇଥିବାରୁ ଗ୍ରାମବାସୀ ଧାମରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ଗାଡ଼ି ଆସିବା ପୂର୍ବରୁ ଗାଡ଼ିଟି ଜଳିଯାଇଥିଲା । ହାଇଓ୍ବା ଗାଡ଼ିର ମାଲିକ ଅମୂଲ୍ୟ ବେହେରା ଏନେଇ ଧାମରା ଥାନାରେ ଅଭିଯୋଗ କରିଛନ୍ତି । ଗାଡ଼ିର ମାଲିକଙ୍କ ଭାଇ ୧୧ ନମ୍ବର ୱାର୍ଡ଼ ସଭ୍ୟ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାରୁ ବିରୋଧୀମାନେ ଏଭଳି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com