ଓଡ଼ିଶା

ଶ୍ୱେତପତ୍ରରେ ପ୍ରକାଶ ପାଇଲା କୁକୁରଙ୍କ କାର୍ଯ୍ୟ ଦକ୍ଷତା

ଭୁବନେଶ୍ୱର, ୨୦/୦୭/୨୦୨୨- ବିଧାନସଭାରେ ଗୃହ ବିଭାଗର ଶ୍ୱେତପତ୍ର ପ୍ରକାଶ ପାଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେନେଇ ଶ୍ୱେତପତ୍ରରେ ଟିକିନିକି ତଥ୍ୟ ରଖିଛି ପୋଲିସ ବିଭାଗ । ୨୦୨୧ରେ ରାଜ୍ୟରେ କେତେ ସଂଖ୍ୟକ ମାମଲା ରୁଜୁ ହୋଇଛି ଓ କିଭଳି ଢଙ୍ଗରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ସେନେଇ ବିଷଦ ତଥ୍ୟ ପ୍ରକାଶ ପାଇଛି । ରାଜ୍ୟର ୨୪ଟି ଜିଲ୍ଲାରେ ଓଡ଼ିଶା ପୋଲିସର ଶ୍ୱାନବାହିନୀ ସଂସ୍ଥା କାର୍ଯ୍ୟ କରୁଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଓଡ଼ିଶା ପୋଲିସ ପାଇଁ ଗୁରୁଦାୟିତ୍ୱ ତୁଲାଉଛନ୍ତି ଶ୍ୱାନବାହିନୀ । ୨୦୨୧ରେ ଟ୍ରାକିଙ୍ଗ ଶ୍ୱାନମାନେ ୧୧୬୭ଟି ଧର୍ତ୍ତବ୍ୟ ମାମଲାର ତଦନ୍ତରେ ସାହାଯ୍ୟ ପାଇଁ ନିୟୋଜିତ ହୋଇଥିଲେ । ଆଉ ଏଥିରୁ ୩୨୭ଟି ମାମଲାରେ ଅନୁସନ୍ଧାନର ସୂତ୍ର ବାହାରିଥିଲା । ସେହିଭଳି ୬୮ଟି ମାମଲାରେ ଶ୍ୱାନମାନଙ୍କ ପ୍ରଂଶସନୀୟ କାମ ପାଇଁ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ବିସ୍ପୋରକ ପଦାର୍ଥ ଅନୁସନ୍ଧାନକାରୀ ଶ୍ୱାନମାନେ ମୋଟ ୧୧୬୯ଟି ଘଟଣାରେ ନିୟୋଜିତ ହୋଇଥିଲେ । ପୋଲିସ ଶ୍ୱାନ ରେଶ୍ମୀ ଦ୍ୱାରା ୪୨ଟି ଘଟଣା ତଥା ୮ଟି ମାମଲାରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଥିଲା । ସେହିଭଳି ୨ଟି ବିସ୍ଫୋରକ ସାମଗ୍ରୀ ଠାବ ଘଟଣାରେ ଶ୍ୱାନ ଭୀମ୍ ଓ ଲଇକା ଅନେକ ଜୀବନ ରକ୍ଷା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com