ନୂଆଦିଲ୍ଲୀ: ଥରେ ଭାବନ୍ତୁ, ଆପଣ ବିମାନରେ ଯାଉଥିବା ବେଳେ ମଝିଆକାଶରେ ହଠାତ୍ ବିମାନର ଝରକା(ୱିଣ୍ଡସିଲ୍) ଭାଙ୍ଗିଯିବ। ଆଉ ଦ୍ରୁତ ପବନ ଫ୍ଲାଇଟ୍ ଭିତରେ ପଶି ସନ୍ତୁଳନ ବିଗିଡ଼ିଯିବ। ତେବେ କଣ ହେବ?…
ଆଜି ଦିଲ୍ଲୀରୁ-ଗୋହାଟି ଯାଉଥିବା ଗୋ ଫାଷ୍ଟ ବିମାନରେ ଏଭଳି କିଛି ଘଟଣା ଘଟିଛି। ବିମାନଟି ଆକାଶରେ ଉଡ଼ୁଥିବା ବେଳେ ମଝିଆକାଶରେ ୱିଣ୍ଡସିଲ୍ ଭାଙ୍ଗିଯାଇଥିଲା। ଏହାପରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ତୁରନ୍ତ ବିମାନକୁ ଜୟପୁରକୁ ସ୍ଥାନାନ୍ତର କରାଯାଇଥିଲା ଏନେଇ ଡିଜିସିଏ(ବେସାମରକି ବିମାନଚଳାଚଳ ମହାନିର୍ଦ୍ଦେଶକ) ପକ୍ଷରୁ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ଗତକାଲି ମୁମ୍ବାଇ-ଲେହ ଯାଉଥିବା ଗୋ ଫାଷ୍ଟର ଆଉ ଏକ ବିମାନକୁ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା। ବିମାନର ଇଞ୍ଜିନରେ ସମସ୍ୟା ଥିବାରୁ ଏହାକୁ ଦିଲ୍ଲୀ ବିମାନବନ୍ଦର ସ୍ଥାନାନ୍ତର କରାଯାଇଥିଲା। ସେହିପରି ଶ୍ରୀନଗର-ଦିଲ୍ଲୀ ଯାଉଥିବା ଗୋ ଫାଷ୍ଟ ବିମାନରେ ବି ଇଞ୍ଜିନ ସମସ୍ୟା ଦେଖାଦେବାରୁ ଏହାକୁ ଫେରାଇ ଅଣାଯାଇଥିଲା।
କେବଳ ଗୋ-ପାଷ୍ଟ ନୁହେଁ, ସ୍ପାଇସ୍ ଜେଟ୍ ଓ ଇଣ୍ଡିଗୋ ଭଳି ବିମାନରେ ମଧ୍ୟ ଗତ ମାସେ ହେବ ଟେକ୍ନିକାଲ ସମସ୍ୟା ଦେଖାଦେଉଛି। ତେବେ ବାରମ୍ବାର ଏଭଳି ଘଟଣା ଘଟିବା ବିମାନ କମ୍ପାନୀ ଓ ପରିଚାଳନା ବ୍ୟବସ୍ଥାର ତ୍ରୁଟିକୁ ପଦାରେ ପକାଉଛି।
Back to top button