ଓଡ଼ିଶା

ଗୁଣ୍ଡିଚା ମନ୍ଦିର ରୋଷଘର ଚୂଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ, ୦୨/୦୭/୨୦୨୨- ଗୁଣ୍ଡିଚା ମନ୍ଦିର ରୋଷ ଘରେ ଚୂଲି ଭାଙ୍ଗିଲେ ଦୁର୍ବୃତ୍ତ । ଶୁକ୍ରବାର ରାତିରେ କେହି ଦୁର୍ବୃତ୍ତ ରୋଷଘର ଭିତରେ ପଶି ଏଭଳି କାଣ୍ଡ କରିଥିବା ଜଣା ପଡିଛି । ମୋଟ ୭୫୨ ଚୂଲିରୁ ୨୦ଟି ଭାଙ୍ଗିଦେଇଥିବା ସୂଚନା ମିଳିଛି । ତେବେ କୋଠ ଭୋଗ ଚୂଲି ଭାଙ୍ଗିନଥିବାରୁ ମହାପ୍ରଭୁଙ୍କ ଆଡପ ଅବଢା ବାହାରିବାରେ କୌଣସି ସମସ୍ୟା ନାହିଁ । ଆଡପ ଅବଢା ବାହାରିବା ପାଇଁ ୧୪୦ଟି ଚୂଲି ରହିଛି । କେବଳ ବରାଦି ଅବଢା ପାଇଁ ରହିଥିବା ଚୂଲିକୁ ଦୁର୍ବୃତ୍ତ ଭାଙ୍ଗିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଚୂଲି ଗୁଡିକର ମରାମତି କାମ ଚାଲିଥିବା ବେଳେ ଉପଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଚୂଲି ଗୁଡିକ ମାଟି ବାଲି ଓ ଗୁଡରେ ପ୍ରସ୍ତୁତ ହେଉଥିବାରୁ ମରାମତି କରିବାକୁ ମାତ୍ର ଦୁଇ ଦିନ ସମୟ ଲାଗିବ । ସୂଚନା ଯୋଗ୍ୟ, ଗତ ଏପ୍ରିଲ ୨ ତାରିଖ ରାତିରେ ଶ୍ରୀମନ୍ଦିର ରୋଷଘରେ ମଧ୍ୟ ୪୩ଟି ଚୂଲିକୁ ଜଣେ ଦୁର୍ବୃତ୍ତ ଭାଙ୍ଗି ଦେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com