ଓଡ଼ିଶା

ବ୍ରହ୍ମପୁରରେ ପୁଣି ମାସ୍କ ବାଧ୍ୟତାମୂଳକ, କଡାକଡି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି

ବ୍ରହ୍ମପୁର,୨୧/୦୭/୨୦୨୨- ସାରା ଦେଶରେ ଦିନକୁ ଦିନ ପୁଣି କାୟା ବିସ୍ତାର କଲାଣି କରୋନା । ଓଡ଼ିଶାରେ ବି କରୋନା ଗ୍ରାଫ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଗୁରୁତର ସହ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ । ଏ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଡାକଡି ଭାବରେ ସମସ୍ତେ ପାଳନ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା । ଏବେ ରାଜ୍ୟ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ କଟକଣା ଜାରି କରାଯାଇଛି । ବାହାରେ ଛେପ ନପକାଇବା ସହିତ ପ୍ରତ୍ୟେକ ବ୍ୟବସାୟିକ ଅନୁଷ୍ଠାନରେ No Mask No Entry ସୂଚନା ଗ୍ରାହକଙ୍କ ପାଇଁ ଲେଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଅନ୍ୟପଟେ ଏଭଳି ନିର୍ଦ୍ଦେଶନାମାକୁ ନେଇ ବ୍ୟାପକ ସଚେତନା କରାଯିବା ପରେ ଏହାକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ନିୟମ ନ ମାନିଲେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ବ୍ରହ୍ମପୁର ମହାନଗର ନିଗମ ସମସ୍ତ ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ମହାନଗର ନିଗମର କମିଶନର ଜେ. ସୋନାଲ ସହରର ସମମସ୍ତ ବାସିନ୍ଦା ଏବଂ ବ୍ୟବସାୟୀ ମାନଙ୍କୁ ଗଣମାଧ୍ୟମ ଜରିଆରେ ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com