ଜାତୀୟ

ଖସୁଛି କ୍ରିପ୍ଟୋକରେନ୍ସି ବଜାର ମୂଲ୍ୟ; ମାର୍କେଟ୍ ଭାଲ୍ୟୁ କମି ୧ ଟ୍ରିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଲା

ନୂଆଦିଲ୍ଲୀ: ତଳକୁ ଖସିଲା କ୍ରିପ୍ଟୋକରେନ୍ସି ବଜାର ମୂଲ୍ୟ। ବିଶ୍ୱ ବଜାରରେ କ୍ରିପ୍ଟୋ କରେନ୍ସି ମୂଲ୍ୟ ତଳକୁ ଖସି ୧ ଟ୍ରିଲିୟନ ଆମେରିକୀୟ ଡଲାର ହୋଇଛି। ୨୦୨୧ ଜାନୁଆରୀ ପରେ ପ୍ରଥମ ଥର ପାଇଁ କ୍ରିପ୍ଟୋକରେନ୍ସୀ ମାର୍କେଟ୍ ଭାଲ୍ୟୁ ହ୍ରାସ ପାଇଛି।  କଏନ୍‌ମାର୍କେଟ୍‌କ୍ୟାପ୍ ଡାଟା ସାଇଟ୍ ଅନୁସାରେ, କ୍ରିପ୍ଟୋ ମାର୍କେଟ ୯୨୬ ବିଲିୟନ ଆମେରିକୀୟ ଡଲାର ତଳକୁ ଖସିଛି।

୨୦୨୧ ନଭେମ୍ବରରେ ବିଶ୍ୱ କ୍ରିପ୍ଟୋକରେନ୍ସି ବଜାର ଉତ୍ଥାନ ଦେଖିବାକୁ ମିଳିଥିଲା। ଏହି ସମୟରେ ମାର୍କେଟ୍ ଭାଲ୍ୟୁ ୨.୯ ଟ୍ରିଲିୟନ ଆମେରିକୀୟ ଡଲାର ରହିଥିଲା । ହେଲେ ଚଳିତ ବର୍ଷ କ୍ରିପ୍ଟୋ ବଜାର ଭୟଙ୍କର ଭାବେ ତଳକୁ ଖସିଛି। ଗତ ଦୁଇ ମାସ ଭିତରେ କ୍ରିପ୍ଟୋ କରେନ୍ସିରେ ୧ ଟ୍ରିଲିୟନ ଆମେରିକୀୟ ଡଲାର ମୂଲ୍ୟ ହ୍ରାସ ପାଇଛି।

ମୁଦ୍ରାସ୍ଫିତି ଓ କେନ୍ଦ୍ରୀୟ ବ୍ୟାଙ୍କର ସୁଧହାର ବୃଦ୍ଧି ଯୋଗୁ କାଳେ କ୍ରିପ୍ଟୋମୂଲ୍ୟରେ ଗ୍ରୋଥ୍‌ରେ କ୍ଷତି ପହଞ୍ଚାଇବ ସେଥିପାଇଁ ଭୟରେ ନିବେଶକମାନେ ରିସ୍‌କି ଥିବା ସମ୍ପତ୍ତିକୁ ଛାଡ଼ି ଦେଇଛନ୍ତି ଓ ପୁଞ୍ଜି ନିବେଶ କରୁ ନାହାନ୍ତି। ଏଥିପାଇଁ ମୂଲ୍ୟ ଭୟଙ୍କର ଭାବେ ତଳକୁ ଖସିଛି। ବହୁଳ ଭାବରେ ବ୍ୟବହୃତ କ୍ରିପ୍ଟୋକରେନ୍ସି ବିଟ୍‌କେନ୍‌ରେ ଗୋଟିଏ ଦିନରେ ୧୦ ପ୍ରତିଶତ ମୂଲ୍ୟ ହ୍ରାସପାଇଛି।

ଫଳରେ ୧୮ ମାସରେ ମୂଲ୍ୟ ହ୍ରାସ ପାଇ ୨୩,୭୫୦ ଆମେରିକୀୟ ଡଲାର୍‌ରେ ରହିଛି। ଚଳିତ ବର୍ଷରେ ବର୍ତ୍ତମାନ ସୁଧା ବିଟ୍‌କଏନ୍‌ ୫୦ ପ୍ରତିଶତ ମୂଲ୍ୟ ହ୍ରାସ ପାଇଛି। ସେହିଭଳି ଛୋଟ କଏନ ଇଦରର ମୂଲ୍ୟ ୧୫ରୁ ଅଧିକ ହ୍ରାସ ପାଇ ୧,୨୧୦ ଆମେରିକୀୟ ଡଲାର ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com