Featuredଓଡ଼ିଶା

ମାର୍ଚ୍ଚ ୧ ରେ ରାଉରକେଲା ବନ୍ଦ

ରାଉରକେଲା: ମାର୍ଚ୍ଚ ୧ ତାରିଖରେ ରାଉରକେଲା ବନ୍ଦ ଡାକରା । ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଘରୋଇ ସଂସ୍ଥା ଆପୋଲୋକୁ ହସ୍ତାନ୍ତର ନିଷ୍ପତ୍ତିକୁ ପ୍ରତିବାଦକରି ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା ।

୨୭ ଓ ୨୮ ତାରିଖରେ ସହରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ପଦଯାତ୍ରା ଅନୁଷ୍ଠିତ ହେବ । ପରେ ମାର୍ଚ୍ଚ ୧ ତାରିଖ ବନ୍ଦ ପାଳନ କରାଯିବ । କେନ୍ଦ୍ର ସରକାର ୪ ଶହ କୋଟି ଟଙ୍କା ଖର୍ଚ୍ଚ କରି ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ କରି ଏହାକୁ ସରକାରୀ ହସ୍ପିଟାଲ କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତରେ ଟେକି ଦେଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com