ଓଡ଼ିଶା

କଟକ ମହାନଗର ନିଗମ ନିର୍ବାଚନ ପାଇଁ ଏସ ୟୁ ଆଇ ସି ର ପାର୍ଥିନି ହେଲେ ବବି ବଲବନ୍ତରାୟ

କଟକ() ଚଳିତ ବର୍ଷ ମହାନଗର ନିଗମ ନିର୍ବାଚନ ପାଇଁ ଏସ୍ ୟୁ ସି ଆଇ (ସି) ର ମେୟର୍ ପ୍ରାର୍ଥୀନୀ ହୋଇଛନ୍ତି ଛାତ୍ରନେତ୍ରୀ ବବି ବଳବନ୍ତରାୟ। ବବିଙ୍କ ନାମ ସୁପାରିଶ ପରେ ଗାନ୍ଧିଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ଦଳ।

ବବି ଏସ୍ ୟୁ ସି ଆଇ (ସି) ର କଟକ ଜିଲ୍ଲା କମିଟି ସଭ୍ଯ ଅଛନ୍ତି। କଟକରେ ଦିର୍ଘ ଦଶନ୍ଧି ଧରି ସହରର ବହୁ ସମସ୍ୟା ପାଇଁ ଦଳ ପ୍ରତି ମୁହୁର୍ତ୍ତରେ ଜନ ଆନ୍ଦୋଳନ କରିଆସିଛି। ନାଳ ନର୍ଦ୍ଦମା ସମସ୍ୟା ଠୁ ଆରମ୍ଭ କରି ଜାଇକା ଯନ୍ତ୍ରଣା,ମଶା ଉପଦ୍ରବ,ରାସ୍ତାଘାଟ ସମସ୍ୟା ପର୍ଯ୍ୟନ୍ତ ଟିକିନିଖି ପ୍ରସଙ୍ଗକୁ ନେଇ ଅହରହ ସଂଗ୍ରାମ ଜାରି ରଖିଛି।

ତେବେ ବସ୍ତିବାସିନ୍ଦାଙ୍କ ସମସ୍ୟା ଏବଂ ଦୁର୍ନୀତିମୁକ୍ତ ନିଗମ ଗଠନ ହେବା ନେଇ ଚଳିତ ମ୍ୟୁନସିପାଲ୍ ନିର୍ବାଚନରେ ପ୍ରତିଯୋଗିତା କରିବେ ବୋଲି କହିଛନ୍ତି ସେ। ଲୋକଙ୍କ ସହ ଥିବାରୁ ତାଙ୍କ ରଣନୀତିରେ ନିଶ୍ଚିତରୂପେ ସଫଳ ହେବେ ବୋଲି ଆଶାବାଦୀ ଅଛନ୍ତି ବବି ବଳବନ୍ତରାୟ।

ଆସନ୍ତା ୫ ତାରିଖରେ ନିଜ ସମର୍ଥକ ମାନଙ୍କ ସହ ପହଞ୍ଚି ନାମାଙ୍କନପତ୍ର ଭରିବେ ଏହି ଛାତ୍ରନେତ୍ରୀ। ସାମ୍ବାଦିକ ସମ୍ମିଳନୀରେ ଏସ୍ ୟୁ ସି ଆଇ (ସି) କଟକ ଜିଲ୍ଲା କାର୍ଯ୍ୟାଳୟ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଭ୍ଯ ରାଜ କିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଦିପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com