ଓଡ଼ିଶା

ଆସନ୍ତାକାଲି ହେବ ଭୋଟ ଗଣତି; ବୌଦ୍ଧରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପ୍ରସ୍ତୁତି ଚୁଡ଼ାନ୍ତ

ବୌଦ୍ଧ() ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ପ୍ରକ୍ରିୟା । ଆସନ୍ତାକାଲି ଠାରୁ ୩ଦିନ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ହରଭଙ୍ଗା ଏବଂ ବୌଦ୍ଧ ବ୍ଲକରେ ଚାଲିବ ଭୋଟଗଣତି କାର୍ଯକ୍ରମ । ଆସନ୍ତାକାଲି ୩ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି କରାଯିବା ସହିତ ୨୭ ତାରିଖ ଦିନ ୩ଟି ଏବଂ ୨୮ ତାରିଖରେ ବାକି ତିନୋଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯିବା ସହିତ ଫଳାଫଳ ଘୋଷଣା କରାଯିବ ।

ହରଭଙ୍ଗା ବ୍ଲକରେ ବ୍ଲକ କାର୍ଯ୍ୟାଳୟ ପରିସର, କଣ୍ଟାମାଳ ବ୍ଲକର କଲେଜ ଏବଂ ବୌଦ୍ଧ ବ୍ଲକର ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଗଣତି କରାଯିବ । ସଂପୃକ୍ତ ଜୋନ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ୱାର୍ଡମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ଭୋଟ ଗଣାଯାଇ ନିର୍ବାଚନ ଫଳ ପ୍ରକାଶ ପାଇବ । ସକାଳ ୮ ଘଟିକା ସମୟରୁ ଭୋଟ ଗଣନା ପ୍ରକ୍ରିୟା ଆରମ୍ଭ କରାଯିବ । ଭୋଟଗଣତି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ବ୍ଲକ ଗୁଡିକରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯିବ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ ୨୦ରେ ଶେଷ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com