ଓଡ଼ିଶା

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କଲେ ରାହୁଲ

 ନୂଆଦିଲ୍ଲୀ, ୦୫/୦୮/୨୦୨୨ –  ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ଏବେ ଲୋକତନ୍ତ୍ର ନାହିଁ, ଲୋକତନ୍ତ୍ର କିଛି ଦିନ ମଧ୍ୟରେ ଇତିହାସ ପାଲଟିଯିବ । କେନ୍ଦ୍ର ସରକାର ଏବେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି । ସଂସଦରେ ଏନେଇ ଆଲୋଚନା କରିବାକୁ ଦିଆଯାଉ ନାହିଁ ବରଂ ବିରୋଧରେ ସ୍ୱର ଉଠାଇଲେ କେନ୍ଦ୍ରୀୟ ଏଜେନ୍ସିକୁ ପଛରେ ଲଗାଇ ଗିରଫ କରାଯାଉଛି । ପ୍ରତି ସଂସ୍ଥାରେ ଆରଏସଏସର ବ୍ୟକ୍ତିଙ୍କୁ ବସାଯାଉଛି । ଯେଉଁମାନଙ୍କ ନିର୍ଦ୍ଦେଶରେ ସରକାରଙ୍କ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । କିନ୍ତୁ ଆମେ ସରକାରରେ ଥିବା ସମୟରେ ସଂସ୍ଥାକୁ ସ୍ୱତନ୍ତ୍ର ଛଡାଯାଇଥିଲା । କେବଳ ରାଜନୈତିକ ଦଳ ମଧ୍ୟରେ ଲଢେଇ ହେଉଥିଲା । କିନ୍ତୁ ଏବେ ତାହାର ବିପରୀତ ଘଟୁଛି । ଯାହା ବିରୋଧରେ କଂଗ୍ରେସ ଲଢେଇ ଆରମ୍ଭ କରିଛି ।
କେନ୍ଦ୍ର ସରକାର ଏବେ ଡରିକି ଅଛନ୍ତି । ଯିଏ ଡରେ ସିଏ ଧମକାଏ । କାରଣ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରା କରିବାରେ ବିଫଳ ହୋଇଛନ୍ତି କେନ୍ଦ୍ର ସରକାର । ବେରୋଜଗାରୀ ଓ ଦରବୃଦ୍ଧିକୁ ନେଇ ଶୁକ୍ରବାର କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଥିବାବେଳେ ସାମ୍ବାଦିକ ସମ୍ମିଳନୀରେ ଏପରି ସମାଲୋଚନା କରିଥିଲେ ରାହୁଲ ।

Related Articles

Back to top button
WP Twitter Auto Publish Powered By : XYZScripts.com