ଓଡ଼ିଶା

ନୂଆ ଭୋଟ୍ ପଞ୍ଜିକରଣ ନେଇ ବଦଳିଲା ନିୟମ

ଭୁବନେଶ୍ୱର, ୦୫/୦୮/୨୦୨୨-  ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ବଦଳିଲା ନିୟମ । ଏଣିକି ୧୮ନୁହେଁ ୧୭ ବର୍ଷରୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଆବେଦନ କରିହେବ । ଏହା ସହ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ବର୍ଷକୁ ଥରେ ବଦଳରେ ୪ ଥର ଭୋଟ ତାଲିକାରେ ନାମ ଲେଖିବାକୁ ସୁଯୋଗ ମିଳିବ । ଜାନୁୟାରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସର ପହିଲା ତାରିଖ ଗୁଡିକରେ ୧୮ ବର୍ଷ ପୁରିଥିଲେ ଭୋଟର ତାଲିକାରେ ନାମ ପଞ୍ଜିକୃତ ପାଇଁ ଆବେଦନ କରାଯାଇପାରିବ । ୨୦୨୩ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ପରିବର୍ତ୍ତିତ ଗାଇଡଲାଇନ ଆଧାରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଡିଜିଟାଲ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯଦ୍ଦ୍ୱାରା ଜଣେ ଘରେ ବସି ୱେବ ପୋର୍ଟାଲ ବା ମୋବାଇଲ ଆପ ଜରିଆରେ ନିଜ ଭୋଟର ପରିଚୟ ପତ୍ର ତ୍ରୁଟି ସଂଶୋଧନ କରିପାରିବେ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com