ଓଡ଼ିଶା

ମଣିପୁରରେ ଫସି ରହିଛନ୍ତି ଅନେକ ଓଡ଼ିଆ ଛାତ୍ର, ଉଦ୍ଧାର ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ

ମଣିପୁରରେ ଜାତିଆଣ ବିବାଦ ତଥା ସଂରକ୍ଷଣ ଦାବିକୁ ନେଇ ସୃଷ୍ଟି ହୋଇଛି ସାଂଘାତିକ ହିଂସା । କୁକି ଓ ମାଇତିଙ୍କ ଭିତରେ ଚାଲିଥିବା ବିବାଦ ଏବେ ଉଗ୍ର ରୂପ ନେଇ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି କରିଛି ଦଙ୍ଗା । ଫଳରେ ମଣିପୁରରେ ଜଳୁଛି ଅଶାନ୍ତିର ନିଆଁ ।

ପରିସ୍ଥିତି ଏମିତି ଯେ ସରକାର ଯାହାକୁ ଦେଖିଲ ତାକୁ ଗୁଳି ମାର ବା ଶୁଟ୍ ଆଣ୍ଡ ସାଇଟ୍ ଅର୍ଡର ଦେଇଛନ୍ତି । ଆଉ କର୍ଫ୍ୟୁ ଭିତରେ ଅଣନିଃଶ୍ୱାସୀ ହୋଇଗଲାଣି ମଣିପୁର । ଲାଗିଛି ୱାନ୍ ଫୋର୍ଟି ଫୋର୍ । ସେ ଭିତରେ ଶୁଭୁଛି ଓଡ଼ିଆ ଛାତ୍ରଙ୍କ କରୁଣ ସ୍ୱର ।

ବିଭିନ୍ନ ମେଡିକାଲ୍ ଓ ଶିକ୍ଷାନୁଷ୍ଠାନରେ ଫସି ରହିଛନ୍ତି ଅନେକ ଓଡ଼ିଆ ଛାତ୍ର । ଖାଇବାକୁ ସେମାନଙ୍କ ପାଖରେ କିଛି ନାହିଁ । ହଷ୍ଟେଲ୍ ବନ୍ଦ, ଏଟିଏମ୍ ବନ୍ଦ, ଇଂଟରନେଟ୍ ବନ୍ଦ, ସବୁ ବନ୍ଦ ।

ଆଉ ତାରି ଭିତରେ ଘରକୁ ଫେରିବାକୁ ଡହଳବିକଳ ହେଉଛନ୍ତି ଓଡ଼ିଆ ଛାତ୍ର । ଅନ୍ୟ ରାଜ୍ୟର ପିଲାମାନଙ୍କୁ ସମ୍ପୃକ୍ତ ସରକାରଙ୍କ ହସ୍ତକ୍ଷେପ ପରେ ସେନା ବାହିନୀ ସେମାନଙ୍କୁ ସୁରକ୍ଷିତ ଭାବେ ଏୟାରପୋର୍ଟରେ ଛାଡୁଛନ୍ତି । ତେଣୁ ଓଡ଼ିଆ ଛାତ୍ରମାନେ ଆମ ରାଜ୍ୟ ସରକାରଙ୍କୁ ଗୁହାରୀ କରିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ । ଆସନ୍ତୁ ଶୁଣିବା ଆମ ରିପୋର୍ଟରଙ୍କୁ କଣ କହୁଛନ୍ତି ମଣିପୁର ଦଙ୍ଗା ଭିତରେ ଫସିରହିଥିବା ଓଡ଼ିଆ ଛାତ୍ର…

Related Articles

Back to top button
WP Twitter Auto Publish Powered By : XYZScripts.com