ଜାତୀୟମନୋରଞ୍ଜନ

ସାମ୍ନାକୁ ଆସିଲା ଦୀପିକା-ରଣବୀରଙ୍କ ଆଲିଶାନ ବଙ୍ଗଳାର ପ୍ରଥମ ଝଲକ

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ କପଲ ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍ । ବର୍ତ୍ତମାନ ଦୁହେଁ ଖୁବ୍ ଶୀଘ୍ର ବଲିଉଡର କିଙ୍ଗ୍ ଖାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର ସିଂ ନିକଟରେ ଏକ ଆଲିଶାନ୍‌ ଫ୍ଲାଟ କିଣିଛନ୍ତି। ଯେଉଁଥି ପାଇଁ ଅଭିନେତା ୭.୧୩ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ଆପାର୍ଟମେଣ୍ଟଟି ବାନ୍ଦ୍ରା ପଶ୍ଚିମ ମୁମ୍ବାଇରେ ରହିଛି । ଯେଉଁଠାରେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ବଙ୍ଗଳା।

 

View this post on Instagram

 

A post shared by Instant Bollywood (@instantbollywood)

ପୂର୍ବରୁ ଏହି ଖବର ଶୁଣିବାକୁ ମିଳିଥିଲା ବର୍ତ୍ତମାନ ଏହା ଦେଖିପାରିବେ। କାରଣ ଏବେ ରଣବୀର ଏବଂ ଦୀପିକାଙ୍କ ବଙ୍ଗଳାର ପ୍ରଥମ ଝଲକ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବଡ ବିଲ୍ଡିଂରେ ନିର୍ମାଣ ଚାଲିଛି । ଭିଡିଓରେ ଦାବି କରାଯାଉଛି ଯେ ଏହା ହେଉଛି ରଣବୀର-ଦୀପିକାଙ୍କ ଘର ଯାହା ଶାହାରୁଖଙ୍କ ମନ୍ନତ ପାଖରେ ଅଟେ।

ଖବର ଅନୁଯାୟୀ କହିବାକୁ ଗଲେ ରଣବୀର-ଦୀପିକାଙ୍କ ଏହି ଘରର ମୂଲ୍ୟ ୧୧୯ କୋଟି ଟଙ୍କା। ଏହି ବିଳାଶପୂର୍ଣ୍ଣ ବିଲ୍ଡିଂରେ ୧୯ଟି କାର ପାର୍କିଂ ସ୍ଲଟ୍ ଅଛି । ଏହି ଏହା ବ୍ୟତୀତ ୧୬, ୧୭,୧୮ ୧୯ ମହଲାରେ ଅବସ୍ଥିତ, ମୋଟ କାର୍ପେଟ କ୍ଷେତ୍ର ୧୧,୨୬୮ ବର୍ଗଫୁଟ ଏବଂ ୧୩୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ଟ୍ୟାରେସ୍‌ ରହିଛି ।  ସୂଚନା ଅନୁଯାୟୀ ଯେ ରଣବୀର ସିଂ ଏହି ଆପାର୍ଟମେଣ୍ଟକୁ Oh Five Oh Media Works LLP ନାମକ ଏକ କମ୍ପାନୀ ମାଧ୍ୟମରେ କିଣିଛନ୍ତି। ତାଙ୍କ ପିତା ଜଗଜିତ୍ ସୁନ୍ଦର ସିଂ ଏହି କମ୍ପାନୀର ନିର୍ଦ୍ଦେଶକ ।

Related Articles

Back to top button
WP Twitter Auto Publish Powered By : XYZScripts.com