ଜାତୀୟମନୋରଞ୍ଜନ

ରଣବୀରଙ୍କ ପୂର୍ବରୁ ଏହି ସେଲିବ୍ରେଟିମାନଙ୍କ ନ୍ୟୁଡ୍‌ ଫଟୋସୁଟ୍‌ ରହିଛି ଚର୍ଚ୍ଚାରେ..

ନୂଆଦିଲ୍ଲୀ: ବଲିଉଡ୍‌ର ସେଲିବ୍ରେଟିମାନେ ଅନେକ ଥର ବଡ ବଡ ପାଇଁ ଏମିତି କିଛି କରନ୍ତି , ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସନ୍ତି ।  ହେଲେ କେତେକ କାରଣରୁ ସେମାନେ ଟ୍ରୋଲ୍‌ ମଧ୍ୟ ହୋଇଥାଆନ୍ତି । ଏହିପରି ଅଦ୍ଭୁତ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ସେଲିବ୍ରେଟିମାନଙ୍କ ନ୍ୟୁଡ୍‌ ଫଟୋସୁଟ୍‌। ନିକଟରେ ରଣବୀର ସିଂ ଏକ ମାଗାଜିନ ପାଇଁ ନେକେଡ୍‌ ଫଟୋସୁଟ୍ କରିଛନ୍ତି । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ, ଲାଇଗର ଅଭିନେତା ବିଜୟ ଦେବରାକୋଣ୍ଡା ମଧ୍ୟ ଏଭଳି ଏକ ପୋଷ୍ଟର ପାଇଁ ବହୁ ଚର୍ଚ୍ଚାରେ ଥିଲେ। ଏହି ତାଲିକାରେ, ଆମେ ଆପଣଙ୍କୁ ଆହୁରି ଅନେକ କଳାକାରଙ୍କ ନାମ କକହିବାକୁ ଯାଉଛୁ । ଯେଉଁମାନେ ଏହି ନେକେଡ୍‌ ଫଟୋସୁଟ୍‌ ପାଇଁ ଆଲୋଚନାକୁ ଆସିଥିଲେ ।

ରଣବୀର ସିଂ: ନ୍ୟୁଡ୍‌ ଫଟୋସୁଟ ଯୋଗୁଁ ବଲିଉଡର ଅତରଙ୍ଗୀ କିଙ୍ଗ ରଣବୀର ସିଂ ବର୍ତ୍ତମାନ ଚର୍ଚ୍ଚାରେ। ନିକଟରେ ମାଗାଜିନ୍‌ ପାଇଁ କରାଯାଇଥିବା ଫଟୋସୁଟ ସାମ୍ନାକୁ ଆସିଛି। ଏହି ଫଟୋ ଗୁଡ଼ିକରେ ରଣବୀରଙ୍କର ୪ଟି ନ୍ୟୁଡ୍‌ ଫଟୋ ଦେଖିବାକୁ ମିଳିଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ବିଜୟ ଦେବରାକୋଣ୍ଡା: ଫିଲ୍ମ ଲାଇଗର୍ ପାଇଁ ବିଜୟ ମଧ୍ୟ ଏକ ନ୍ୟୁଡ୍‌ ଫଟୋସୁଟ୍‌ କରିଥିଲେ । ଯାହାର ପୋଷ୍ଟର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଫଟୋରେ କେବଳ ବିଜୟଙ୍କର ହାତରେ ଗୋଟି ଫୁଲ ଥିଲା। ବିଜୟଙ୍କ ଏହି ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରିଥିଲା।

ଅମୀର ଖାନ: ଏହି ତାଲିକାରେ ବିଜୟଙ୍କ ପୂର୍ବରୁ ଏପରି ଫଟୋ ଅମୀର ଖାନ୍‌ ଉଠାଇଥିଲେ । ଅମୀର ଖାନ୍‌ଙ୍କ ଫିଲ୍ମ ପି.କେରେ ଏଭଳି ଏକ ପୋଷ୍ଟର ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କୁ କେବଳ ରେଡିଓ ସାହାଯ୍ୟରେ ନ୍ୟୁଡ୍‌ ଦେଖାଯାଇଥିଲା। ମନେରଖନ୍ତୁ ଯେ ଫିଲ୍ମଟି ବକ୍ସ ଅଫିସରେ ଧମାଲ୍‌ କରିଥିଲା।

ମିଲିନ୍ଦ ସୋମେନ: ସୁପରମଡେଲ କୁହାଯାଉଥିବା ମିଲିନ୍ଦ ସୋମେନ ନିଜେ 90 ଦଶକରେ ଫଟୋସୁଟ ପାଇଁ ପୋଷାକ କାଢି ଦେଇଥିଲେ। ୧୯୯୫ରେ, ମିଲିନ୍ଦ ଏକ ବିଜ୍ଞାପନ ପାଇଁ ମଡେଲଙ୍କ ସହ ନ୍ୟୁଡ୍‌ ପୋଜ୍‌ ଦେଇଥିଲେ। ଏହି ସମୟରେ, ସେ ତାଙ୍କର ୫୫ତମ ଜନ୍ମଦିନରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ସମୁଦ୍ର କୂଳରେ ନଗ୍ନ ହୋଇ ଦୌଉଡୁଥିଲେ । ମିଲିନ୍ଦଙ୍କ ଏହି ଫଟୋ ମଧ୍ୟ ବିବାଦ ଘେରକୁ ଆସିଥିଲା ଏବଂ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ପୂଜା ବେଦୀ: ପୂଜା ବେଦୀ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ଏହି ତାଲିକାରେ ପୂଜାଙ୍କ ନାମ ମଧ୍ୟ ସାମିଲ୍‌ ଅଛି । ୯୦ ଦଶକରେ ଏକ କଣ୍ଡୋମ୍‌ ବିଜ୍ଞାପନ ପାଇଁ ପୂଜା ବେଦୀ ଉଲଗ୍ନ ହୋଇ ନେକେଡ୍‌ ପୋଜ୍‌ ଦେଇ ଫଟୋସୁଟ୍‌ କରିଥିଲେ। ହେଲେ ଏହା ଆସିବାର କିଛି ସମୟ ପରେ ଭାରତରେ ଏହି ବିଜ୍ଞାପନକୁ ନିଷେଧ କରାଯାଇଥିଲା। ପୂଜା ସେହି ସମୟରେ ତାଙ୍କର ଏହି ବୋଲ୍ଡ ଷ୍ଟେପ୍‌ ପାଇଁ  ବହୁତ ପ୍ରଶଂସା କରାଯିବା ସହ ଅନେକ କଥା ଶୁଣିବାକୁ ମିଳିଥିଲା ।

ଶର୍ଲିନ୍ ଚୋପ୍ରା: ଏକ ସମୟ ଥିଲା ଯେତେବେଳେ ଶେର୍ଲିନ୍ ଚୋପ୍ରାଙ୍କ ନାମ ଅନେକ ସମୟରେ ବିବାଦରେ ଆସିଥିଲା । କୁହାଯାଏ ଯେ କାମସୁତ୍ରା 3D ଫିଲ୍ମରେ ଶେର୍ଲିନ୍‌ଙ୍କର ଅନେକ ଟପଲେସ୍ ଏବଂ ନ୍ୟୁଡ୍‌ ସିନ୍‌ ଥିଲା । ଏଥି ସହିତ ଫିଲ୍ମର ସୁଟିଂ ସେଟରୁ ମଧ୍ୟ ତାଙ୍କର ଉଲଗ୍ନ ହୋଇ କଫି ପିଉଥିବା ଫଟୋ ଭାଇରାଲ୍‌ ହେବା ସହ ଚର୍ଚ୍ଚାକୁ ଆସିଥିଲା। ଏହା ବ୍ୟତୀତ ଶେର୍ଲିନ୍ ପ୍ଲେ-ବୟ ମାଗାଜିନ୍‌ ପାଇଁ ନ୍ୟୁଡ୍‌ ଫଟୋସୁଟ୍ ମଧ୍ୟ କରିଛନ୍ତି ।

ସପନା ଭବନାନି: ସପନା ଭବନାନି ଜଣେ ପ୍ରସିଦ୍ଧ ହେୟାର ଷ୍ଟାଇଲଷ୍ଟ। ଯିଏ ବିଗ୍ ବସ୍ ର ସିଜିନ୍‌-୬ରେ ନଜର ଆସିଥିଲେ । ବିଗ୍ ବସ୍ ସମୟରେ ସପନା ଭବନାନି ବହୁ ଚର୍ଚ୍ଚାରେ ଥିଲେ। କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ସପନା ପେଟା ବିଜ୍ଞାପନ ପାଇଁ ନିଜର ପୋଷାକ କାଢି ଦେଇଥିଲେ ଏବଂ ନ୍ୟୁଡ୍‌ ଫଟୋସୁଟ୍‌ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com