ଜାତୀୟ

କୋଡ଼ିଏ ବର୍ଷର ରେକର୍ଡ ଭାଙ୍ଗିଲା ପ୍ରବଳ ତୁଷାରପାତ, ବରଫ ଚାଦର ତଳେ ଦାର୍ଜିଲିଂ

କୋଲକାତା() ଦାର୍ଜିଲିଂ ସମେତ କର୍ଶିୟାଙ୍ଗରେ ପ୍ରବଳ ତୁଷାରପାତ ହୋଇଛି । ବିଗତ ୩୮ ଦିନ ମଧ୍ୟରେ ଏହା ଷଷ୍ଠ ତୁଷାରପାତ । ଦାର୍ଜିଲିଂରେ ଶାଇବା ସମେତ କର୍ଶିୟାଙ୍ଗର ଚାଟକପୁର ବରଫ ଚାଦର ତଳେ ରହିଛି । ଯାହା ୨୦ବର୍ଷର ରେକର୍ଡ ଭାଙ୍ଗିଛି । ଯଦିଓ ଚଳିତ ଋତୁରେ ସାନ୍ଦାକାଫୁର ଟାଇଗର ହିଲରେ ନିୟମିତ ତୁଷାରପାତ ହେଉଥିଲା ।

ତେବେ ପ୍ରାୟ ୨୦ ବର୍ଷ ପରେ କର୍ଶିୟାଙ୍ଗର ଚାଟକପୁରରେ ତୁଷାରପାତ ହୋଇଛି । ଏହି ପରିମାଣର ତୁଷାରପାତ ପୂର୍ବରୁ କେବେ ହୋଇ ନଥିବା କହିଛନ୍ତି ପାହାଡ଼ର ଲୋକେ ।

ଶୁକ୍ରବାର ସକାଳରୁ ବର୍ଷା ହେଉଛି । ଦାର୍ଜିଲିଂ ସମେତ କାଲିମ୍ପଙ୍ଗ,କାର୍ଶିୟାଙ୍ଗର ଅନେକ ସ୍ଥାନରେ ଘନ କୁହୁଡ଼ିରେ ଆବୃତ ରହିଛି । ସେଥିମଧ୍ୟରୁ ଚାଟକପୁରରେ ତୁଷାରପାତ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ, ସାନ୍ଦାକାଫୁ ସିଙ୍ଗାଲିଲା ରେଞ୍ଜରେ ଅନ୍ୟ ବର୍ଷ ତୁଳନାରେ ଅଧିକ ତୁଷାରପାତ ହୋଇଥିବା ଖବର ମିଳିଛି । ପ୍ରବଳ ତୁଷାରପାତ ହେତୁ ସେରପଙ୍ଗ, ଥ୍ରମସିଙ୍ଗ, ସେଙ୍ଗର ଏବଂ ଲାଟାଙ୍ଗ ଲା ଅଞ୍ଚଳରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ପର୍ଯ୍ୟଟକଙ୍କୁ ରାସ୍ତାରେ ଯିବାକୁ ପ୍ରଶାସନ ତରଫରୁ ପରାମର୍ଶ ଦିଆ ଯାଇଛି । ତୁଷାରପାତ ଖବର ପାଇ ପର୍ଯ୍ୟଟକମାନେ ଆନନ୍ଦ ପ୍ରକଟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com