ଜାତୀୟ

ୟୁକ୍ରେନରୁ ଫେରିବେ ଭାରତୀୟ, ୧୦ଟା ୧୫ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ବିମାନ

ନୂଆଦିଲ୍ଲୀ() ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟଙ୍କ ଫେରାଇ ଆଣିବାକୁ ୟୁକ୍ରେନ ଗଲା ଏୟାର ଇଣ୍ଡିଆ ବିମାନ । ସକାଳ ୭ଟା ୪୦ରେ କିଭ ଅଭିମୁଖେ ଯାତ୍ରା କରିଛି ଏୟାର ଇଣ୍ଡିଆ ବିମାନ । ପ୍ରଥମ ବିମାନ ୨୦୦ ଯାତ୍ରୀଙ୍କୁ ଆଣି ଆଜି ରାତିରେ ଦିଲ୍ଲୀ ପହଞ୍ଚିବ । ଆଜି ରାତି ୧୦ଟା ୧୫ରେ ଦିଲ୍ଲୀରେ ପହଞ୍ଚିବ ବିମାନ । ଆହୁରି ଅଧିକ ବିମାନ ପଠାଇବା ପାଇଁ ସରକାର ଯୋଜନା କରୁଛନ୍ତି । ୩ଦିନ ଭିତରେ ୩ଟା ବିମାନରେ ଭାରତୀୟମାନେ ୟୁକେନରୁ ଫେରିଆସିବେ ।

ତେବେ ୟୁକ୍ରେନରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ନିଜ ନିଜ ପରିବାରକୁ ଘରକୁ ପଠାଇବା ପାଇଁ ରାଜନୈତିକ ଅଧିକାରୀକୁ କହିସାରିଛି । ଏହା ସହ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ଏକ ଆଡଭାଇଜରୀ ଜାରି ଭାରତୀୟଙ୍କୁ ଅସ୍ଥାୟୀ ଭାବେ ଦେଶ ଛାଡ଼ିବାକୁ କହିଛି । ଆମେରିକରା ଭଳି ପାଶ୍ଚାତ୍ୟ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com