ଓଡ଼ିଶା

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୨୬/୦୭/୨୦୨୨- ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଯୁବ , ଛାତ୍ର ଓ ମହିଳା ଜନତା ଦଳ ବ୍ରହ୍ମପୁର ମହାନଗର ପକ୍ଷରୁ ଇଲେକ୍ଟ୍ରିକ ଏସ୍.ଡି.ଓ ଅଫିସ ଓ ନୀଳକଣ୍ଠେଶ୍ଵର ଶ୍ମଶାନ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଓଡିଶା ମୋ ପରିବାରର ସଂଯୋଜକ ତଥା ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ରାଜ୍ୟ ସମ୍ପାଦକ ଟି.ଗୋପୀ , ନଗର ସଭାପତି ବିଜୟ ସାମଲ, ଅର୍ବାନ ବ୍ୟାଙ୍କ ସଭାପତି ଆର.ମୁରଲୀ ମୋହନ . ଯୁବ ସଭାପତି ଅଜିତ କୁମାର ପଣ୍ଡା କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ, କର୍ପୋରେଟର ସୋନାଲି ଗନ୍ତାୟତ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ମଳୟ ବିଷୋୟୀ , କାଦମ୍ବରୀ ଦାସ, ଦୁର୍ଗା ପଣ୍ଡା, ମମତା ବିଷୟୀ, ଅମ୍ବିକା ପାତ୍ର, ମୁକୁନ୍ଦ ଗୌଡ଼, ବି. ଶ୍ରୀନିବାସ, ସୀମାଞ୍ଚଳ ସାହୁ, ମଧୁସୂଦନ ସାହୁ ଆର. କାଶୀ, ତେଜେଶ୍ୱର ସ୍ୱାମୀ, ଏସ କେ ଖାଲିଲ ରୋଶନ ସାହୁ, , କୃଷ୍ଣ ଗୌଡ଼ କ. ମୁନା ରେଡି,ସୁଦର୍ଶନ ଦାସ, ନେତାଜୀ ପାତ୍ର, ରିଆଜ ଗୋପାଳ ସାହୁ, ରାମ ତନ୍ତୀ, ସୁରେଶ ତ୍ରିପାଠୀ, ଏଙ୍କିଡି ପାତ୍ର, ମଧୁମିତା ମାଝୀଙ୍କ ସହ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ବୃକ୍ଷରୋପଣ ଦ୍ୱାରା ପରିବେଶର ଉପକାର ଉପରେ ଆଲୋକପାତ କରିବା ସହିତ ସମାଜର ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରିବାକୁ ଅନୁରୋଧ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com