ଓଡ଼ିଶା

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସେତୁ ନିର୍ମାଣ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ() ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ନିର୍ମାଣଧିନ ଥିବା ସେତୁର କାର୍ଯ୍ୟ ଅଗ୍ରଗତି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି ।

ରତ୍ନଚିରା ନଦୀ ଉପରେ ଶିରୁଳି- କରମଳା ରୋଡ ସଂଯୋଗ  ଏବଂ ରତ୍ନଚିରା ଉପରେ ଚଷାପଡା ସେତୁ, ଭାର୍ଗବୀ ନଦୀ ଉପରେ ପଥରପଦା ନିକଟରେ କୁରୁଣ୍ତିଛକ – କପିଳେଶ୍ବରପୁର ରୋଡ ସଂଯୋଗ ଓ ବାଲିକେରା ନିକଟରେ ତିନିକୁଦିି- ରାହାଡମଲ୍ଲ ସଡକ ସଂଯୋଗ, ଲୁଣା ନଦୀ ଉପରେ ନିଖିଳା ଗୋବିନ୍ଦପୁର- ମାଝିପଡା ରୋଡ, ଦକ୍ଷିଣ କାଣିଆ ଉପରେ କୂଅପଦା ଠାରେ କରିମପୁର- ବଡବେଣାକୁଦି ସଂଯୋଗ ନିମନ୍ତେ ସେତୁ ନିର୍ମାଣ ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଛି ।

ଉକ୍ତ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ସେତୁ ଓ କୋଠାବାଡି ନିର୍ମାଣ ମୁଖ୍ୟଯନ୍ତ୍ରୀ ଶ୍ରୀ ରମେଶ ବେହେରା, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ସତ୍ୟବ୍ରତ ବେହେରା, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରାମପ୍ରସାଦ ଆଚାର୍ଯ୍ୟ, ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶିବତ୍ସ କୁମାର ଦାଶ, ସହାୟକ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାରାୟଣ ବେହେରା, ଶ୍ରୀ ସୁରେନ୍ଦ୍ର ଗୁମାନସିଂ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଅରୁଣ ପ୍ରସାଦ ମହାନ୍ତି, ଶ୍ରୀ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com