ସ୍ୱାସ୍ଥ୍ୟ

ଚୀନକୁ ପୁଣି ଫେରିଲା କରୋନା; ଉହାନ ସହରରେ ସଟଡାଉନ ଆରମ୍ଭ

ଉହାନ, ୨୭/୦୭/୨୦୨୨- ଚୀନକୁ ପୁଣିଥରେ ଫେରିଛି କରୋନା । ଉହାନ ସହରକୁ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ ଆରମ୍ଭ ହୋଇଯାଇଛି । କରୋନା କାୟା ମେଲାଇବା ଆରମ୍ଭ କରିଥିବାରୁ ସିନେମା ହଲ, ମଲ, କାଫେ ଓ ବାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି । ଉହାନର ଜିଆଙ୍ଗସ୍କିୟା ସହରରେ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରାଯାଇଥିବା ବେଳେ କିଛି ସ୍ଥାନରେ କଟକଣାକୁ କଡାକଡି କରାଯାଇଛି । ଏପରିକି ସହରରେ ଆୟୋଜିତ ହେବାକୁ ଥିବା ବଡ ବଡ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ, ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଓ ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରାଯାଇଥିବା ବେଳେ ଧାର୍ମିକ ଗତିବିଧି ଉପରେ ମଧ୍ୟ ରୋକ ଲଗାଯାଇଛି । ଯେଉଁ ସ୍ଥାନ ଗୁଡିକରେ ଅଧିକ ମାତ୍ରାରେ କରୋନା ମାମଲା ଚିହ୍ନଟ ହୋଇଛି ସେହି ସ୍ଥାନ ଗୁଡିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏପରିକି ସେହି ସ୍ଥାନ ଛାଡିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ୨୦୨୦ରେ ଚୀନର ଉହାନ ସହରରେ ପ୍ରଥମେ ୨ ମାସ ଧରି ଲକଡାଉନ ଲାଗୁ ହୋଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com